Defult onn2

ଅସମ୍ଭାଳ ହେଉଛି କରୋନା, ଜିରୋ ନାଇଟ ସେଲିବ୍ରେସନକୁ ନେଇ ଦ୍ୱନ୍ଦ୍ବ

State

download (3)

ଭୁବନେଶ୍ବର : ପୁଣି କରୋନା ଦେଖାଇଛି ତାର ପୁରୁଣା ରୂପ। ଦେଶରେ ଦିନକୁ ଦିନ ବଢି ଚାଲିଛି କୋଭିଡର ଏହି ନୂଆ ଭାରିଆଣ୍ଟ ସଂକ୍ରମଣ। ଆଉ ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ଭିତରେ ସବୁଠାରୁ ବଡ କଥା ହେଉଛି, ଓଡିଶାରେ ପ୍ରଥମ କରି କରୋନା ରୋଗୀ ଚିହ୍ନଟ ହେବା, ଯାହା କରୋନା ବ୍ୟାପିବାର ଆଶଙ୍କାକୁ ଆହୁରି ବଢାଇଛି। ଆଗକୁ ଆସୁଛି ନୂଆବର୍ଷ। ଜିରୋ ନାଇଟ ସେଲିବ୍ରେସନର ଧୁମ୍‌ ବି ଚାଲିବ। ନାଚଗୀତରେ ଏକାକାର ହେବେ ଯୁବପିଢି। ପ୍ରଶ୍ନ ଉଠୁଛି ଏଥିପାଇଁ ସରକାର ଆଣିବେନି ତ ନୂଆ କଟକଣା? ଫିକା ପଡିବନି ତ ଜିରୋ ନାଇଟ ସେଲିବ୍ରେସନ? କାହିଁକି ନା କୋଭିଡ ବ୍ୟାପିବାର ମାଧ୍ୟମ ହେଉଛି ନିଜେ ମଣିଷ। ତେବେ ଜଦି ଜିରୋ ନାଇଟ ସେଲିବ୍ରେସନରେ ଏତେ ସଂଖ୍ୟକ ଲୋକ ଏକାଠି ହୁଅନ୍ତି ତେବେ କରୋନା ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି କରୁଛି।

ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦେଶରେ ଗତ ୨୪ଘଣ୍ଟାରେ ୭୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବ ଦିନ ଏହି ସଂଖ୍ୟା ୪୨୩ ଥିଲା। ମାତ୍ର ଗୋଟିଏ ଦିନର ଅନ୍ତରରେ ଦୁଇଗୁଣା ହୋଇଯାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କରୋନା ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି। ସେହିଭଳି ୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହା ୨୦୨୩ ମେ’ ୨୧ ପରଠାରୁ ଅର୍ଥାତ ୭ ମାସ ପରେ ସର୍ବାଧିକ ବୋଲି କୁହାଯାଇଛି। JN.୧ ସବ ଭାରିଆଣ୍ଟ ଚିନ୍ତା ବଢାଇ ଥିବାବେଳେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ କେରଳରୁ ଦୁଇଜଣ ଏବଂ ରାଜସ୍ଥାନ ଏବଂ କର୍ନାଟକରୁ ଜଣେ ଲେଖାଏ ଅଛନ୍ତି। ବର୍ତ୍ତମାନ ୧୭ଟି ରାଜ୍ୟରେ କୋଭିଡର ସକ୍ରିୟ ମାମଲା ରହିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୨୬୬ ଜଣ ଥିବାବେଳେ କର୍ନାଟକରେ (୭୦), ମହାରାଷ୍ଟ୍ର (୧୫), ତାମିଲନାଡୁ (୧୩) ଏବଂ ଗୁଜୁରାଟରେ ୧୨ ରୋଗୀ ଅଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୪.୫୦ କୋଟି(୪,୫୦,୦୭,୯୬୪)ରେ ପହଞ୍ଚିଛି। ଏହି ସଂଖ୍ୟାକୁ ବିଚାରକୁ ନେଲେ ଜିରୋ ନାଇଟ ସେଲିବ୍ରେସନକୁ ଏକ ପ୍ରକାର ସାଂଘାତିକ ରୂପ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।