Onn 3

୧୪୬ ସାଂସଦଙ୍କ ନିଲମ୍ବନକୁ ବିରୋଧ, ଯନ୍ତର ମନ୍ତରରେ ‘INDIA’ ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ

National & International

 

janta2

୧୪୬ ସାଂସଦଙ୍କ ନିଲମ୍ବନ ମାମଲାରେ ବିରୋଧୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗୁରୁବାର ଏଠାରେ ବିରୋଧୀ ସାଂସଦମାନେ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ ଏବଂ ଆଜି ‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱରେ ଯନ୍ତର ମନ୍ତରଠାରେ ବିରୋଧ ପ୍ରଦର୍ଶନ କରାଯାଉଛି।

ଏଠାରେ ମଞ୍ଚ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ, ଏନସିପି ନେତା ଶରଦ ପାୱାର, ବାମପନ୍ଥୀ ନେତା ସୀତାରାମ ୟେଚୁରୀ, ଆରଜେଡି ସାଂସଦ ମନୋଜ ଝା, କଂଗ୍ରେସ ନେତା ରାହୁଲ ଗାନ୍ଧି, କେସି ଭେନୁଗୋପାଳ, ଅଧୀର ରଞ୍ଜନ, ଡି ରାଜା (ସିପିଆଇ), ତ୍ରିଚି ଶିବା (ଡିଏମକେ), ରଣଦୀପ ସୁରଜେୱାଲା, ସୁଶୀଲ ରିଙ୍କୁ (ଆପ୍‌) ପ୍ରମୁଖ ଉପସ୍ଥିତ ଅଛନ୍ତି।

କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି ଯେ ‘ଯଦି ସଂସଦରେ ବିତର୍କ ଏବଂ ଆଲୋଚନା ପାଇଁ ଜାଗା ରହିବ ନାହିଁ, ତେବେ ସଂସଦର କ’ଣ ମହତ୍ତ୍ୱ ରହିବ? ଭାରତର ଗଣତନ୍ତ୍ର ବିପଦରେ ଅଛି, ସଂସଦୀୟ ନୈତିକତାକୁ ବୁଲ୍‌ଡୋଜର୍‌ରେ ଦଳାଯାଉଛି’।

ଜେଏମ୍‌ଏମ୍‌ ସାଂସଦ ମହୁଆ ମାଞ୍ଝି କହିଛନ୍ତି, ‘ଯଦି ଆପଣ ସଂସଦର ସୁରକ୍ଷା କରିପାରିବେ ନାହିଁ, ତା’ ହେଲେ ଆପଣ ଏଠାକାର ୧୪୦ କୋଟି ଲୋକଙ୍କୁ କିପରି ରକ୍ଷା କରିବେ’?

କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କହିଛନ୍ତି, ‘ବିରୋଧୀମାନେ ଗୃହମନ୍ତ୍ରୀଙ୍କ ବୟାନ ମାଗିବା ସ୍ୱାଭାବିକ ଥିଲା। କିନ୍ତୁ ସରକାର ଆମ ଅନୁରୋଧକୁ ଧ୍ୟାନ ନ ଦେବା ଉପରେ ଅଡ଼ି ବସିଥିଲେ। ଏଥିପାଇଁ ସଂସଦ ଭିତରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସରକାରଙ୍କ ଉଦ୍ଦେଶ୍ୟ ଥିଲା, ୧୪୬ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ କରି ଆଇନ ପ୍ରଣୟନ କରିବା’।