Onn 3

ସଂସଦ ସୁରକ୍ଷା ତ୍ରୁଟି ମାମଲା : ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୧୫ ଦିନ ଯାଏ ବୃଦ୍ଧି

National & International

 

par

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୧୫ ଦିନ ବଢାଇଛନ୍ତି କୋର୍ଟ । ପଟିୟାଲା ହାଉସ କୋର୍ଟ ଏମାନଙ୍କ ଅବଧି ୫ ଜାନୁଆରୀ ପର୍ଯ୍ୟନ୍ତ ବଢାଇଛି ।  ଅଭିଯୁକ୍ତ ନିଲମ, ମନୋରଂଜନ, ସାଗର ଏବଂ ଅମୋଲ ସିନ୍ଧେଙ୍କୁ ଅନେକ ସ୍ଥାନକୁ ଯାଞ୍ଚ ପାଇଁ ନେଇଯିବ ପୋଲିସ ।

ଦିଲ୍ଲୀ ପୋଲିସ କହିଛି କି, ସମସ୍ତ ଅଭିଯୁକ୍ତଙ୍କ ମୁଖ୍ୟ ଲକ୍ଷ୍ୟ କ’ଣ ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି । କିଛି ପ୍ରମାଣ ମିଳିଛି । ସୋସିଆଲ ମିଡିଆ ଆକାଉଣ୍ଟକୁ ବିଶେଷଜ୍ଞଙ୍କ ଦ୍ୱାରା ଚେକ୍‌ କରାଯାଉଛି । ଯେଉଁ ପ୍ରମାଣ ମିଳିଛି, ତାହାକୁ ଆଉଥରେ ଭେରିଫାଏ କରାଯିବ ।

ମାମଲାରେ ପୂର୍ବରୁ ଗିରଫ ମନୋରଞ୍ଜନ, ଅମୋଲ, ସାଗର ଓ ନିଲମ, ଲଳିତଙ୍କ ସମେତ ୬ ଅଭିଯୁକ୍ତଙ୍କର ଆଜି ରିମାଣ୍ଡ ଅବଧି ସରୁଥିଲା । ସମସ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ସତ ଓଗାଳିଛି ପୋଲିସ ।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ସଂସଦର ଲୋକସଭା ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଦୁଇ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ଆତଙ୍କ ରଚିଥିଲେ । କିଛି ସ୍ପ୍ରେ କରିବା ସହିତ ସ୍ମୋକ ଫାୟାର ମଧ୍ୟ କରିଥିଲେ । ଏହି ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଲୋକସଭାରେ ୨ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଉପରକୁ ଡେଇଁଥିଲେ । ସେମାନେ କିଛି ସ୍ପ୍ରେ କରିବା ସହିତ ସ୍ନୋକଂ ଫାୟରିଂ କରିଥିଲେ । ଏହାପରେ ସାଂସଦମାନେ ତାଙ୍କୁ କାବୁ କରିବା ପରେ ରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ଆଜି ମଧ୍ୟ ସେହି ଘଟଣାରେ ସନ୍ଦିଗ୍ଧ ଯୁବକ ଯୁବତୀଙ୍କ ବିରୋଧରେ UAPAରେ ମାମଲା ରୁଜୁ ହୋଇଛି ।