Onn 3

ଗୋଟିଏ ଦସ୍ତଖତରେ ଲଟକିଛି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ସାଂସଦ

State

Saptagiri_Sankar_Ulaka_-640x430

ଜୟପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଏ ଦସ୍ତଖତରେ ଲଟକି ରହିଛି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ। ତେବେ କେଉଁ କାରଣ ପାଇଁ ଜୟପୁରରେ ଏହି ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଚାହୁଁ ନାହାନ୍ତି ଏହି ପ୍ରଶ୍ନ ଜୟପୁର ସହରବାସୀଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଛି। ଗତ କିଛି ବର୍ଷ ଧରି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ, ଜୟପୁର ପ୍ରେସ କ୍ଲବ ପକ୍ଷରୁ ବି ଦାବି କରାଯାଇଥିଲା। ଏହି ଦାବିକୁ ନେଇ ସାଂସଦ ଇଂ.ସପ୍ତଗିରୀ ଶଙ୍କର ଉଲ୍ଲାକା ଆଜି ସଂସଦରେ ପୁଣି ଉପସ୍ଥାପନ କରିଥିଲେ। ପୂର୍ବରୁ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ସାଂସଦ ଇଂ.ଉଲ୍ଲାକା ମଧ୍ୟ ସଂସଦରେ ଏହି ଦାବିକୁ ବାରମ୍ବାର ଉଠାଇଥିଲେ। ବାରମ୍ବାର ବିଭିନ୍ନ ମହଲରେ ଦାବି ଉଠିବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଜୟପୁରରେ ବିଦ୍ୟାଳୟ ଖୋଲିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ କାମ ବି ସାରିଦେଇଛନ୍ତି। ସେଭଳି ରାଜ୍ୟସରକାର ବି ଜିଲ୍ଲା ପ୍ରଶାସନ ସହଯୋଗରେ ବିଦ୍ୟାଳୟ ସ୍ଥାପନ ପାଇଁ ୮ଏକର ଜମି ପ୍ରଦାନ କରିବା ସହ ପ୍ରାରମ୍ଭିକ ଭାବେ ବିଦ୍ୟାଳୟ ଆରମ୍ଭ କରିବା ପାଇଁ ୨୮ଲକ୍ଷ ଖର୍ଚ୍ଚ କରି ଅସ୍ଥାୟୀ ବିଦ୍ୟାଳୟ କୋଠା ବି ପ୍ରସ୍ତୁତ କରି ରଖିଛନ୍ତି।
ସଂସଦରେ ଏହି ଦାବିକୁ ନେଇ ବିଭିନ୍ନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ୭ଥର ଉଠାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ର ଶିକ୍ଷା ମନ୍ତ୍ରୀଙ୍କୁ ବି ଭେଟି ଅନୁରୋଧ ପତ୍ର ଦେଇଛି। ତା ବାଦେ ବି ହୋଇ ପାରିନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଇଂ.ଉଲ୍ଲାକା। ତେବେ ସେ ଏହାକୁ ପ୍ରତିଷ୍ଠା ନ କରାଇବା ପର୍ଯ୍ୟନ୍ତ ହାର ମାନିବେ ନି ବୋଲ କହିବା ସହ ପୁର୍ନବାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ସଂସଦରେ ପୁଣି ଏହି ମାମଲାକୁ ଉଠାଇବେ ବୋଲି କହିଥିଲେ। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁପସ୍ଥିତ ଥିଲେହେଁ ସାଂସଦ ବିଦ୍ୟାଳୟକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଥିଲେ। କୋରାପୁଟ ପରି ୫ମ ଅଧିସୂଚିତ ପଛୁଆ ଅଂଚଳରେ ଏଭଳି ବିଦ୍ୟାଳୟର ନିହାତି ଆବଶ୍ୟକତା ରହିଛି ବୋଲି କହିଛନ୍ତି ସାଂସଦ।