Onn 3

ରାଜସ୍ଥାନରେ ଫୁଟିବ ପଦ୍ମ : ଏକଜିଟ୍ ପୋଲ ଦେଲା ସଂକେତ

National & International

bjp flag

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ର ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ ର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ତେଲେଙ୍ଗାନାରେ ଗୁରୁବାର ଅପରାହ୍ନ ୫ଟାରେ ମତଦାନ ଶେଷ ହୋଇଥିବା ବେଳେ ବାକି ୪ଟି ରାଜ୍ୟରେ ମତଦାନ ହୋଇସାରିଛି। ଡିସେମ୍ବର ୩ ତାରିଖ ରବିବାର ୫ଟି ରାଜ୍ୟର ଫଳାଫଳ ପ୍ରକାଶ ପାଇବ। ରାଜସ୍ଥାନରେ ବିଜେପି ସରକାର ଗଢ଼ିବ ବୋଲି ଏକଜିଟ୍ ପୋଲ୍ ଆକଳନ କରିଥିବା ବେଳେ ତେଲେଙ୍ଗାନାରେ ବିଆରଏସ୍ କ୍ଷମତାକୁ ଫେରିପାରେ।
ରାଜସ୍ଥାନରେ ମୋଟ ୨୦୦ଟି ଆସନ ଥିବାବେଳେ ୧୯୯ଟିରେ ଭୋଟ ଗ୍ରହଣ ହୋଇଥିଲା । ବିଭିନ୍ନ ସଂସ୍ଥାମାନଙ୍କ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଏହି ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ରହିଛି । ଦୈନିକ ଭାସ୍କରର ରିପୋର୍ଟ ଅନୁସାରେ ବିଜେପି ୯୮ରୁ ୧୦୫ଟି ଆସନ, କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ । ସେହିପରି ଜନକି ବାତର ପୂର୍ବାନୁମାନ ଅନୁସାରେ ବିଜେପି ୧୦୦ରୁ ୧୨୨ଟି ଆସନ ଜିତିବ, କଂଗ୍ରେସ ୬୨ରୁ ୮୫ଟି ଆସନ ଜିତିବ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପି ୮୦ରୁ ୧୦୦ଟି ଆସନ, କଂଗ୍ରେସ ୧୦୦ରୁ ୧୦୬ଟି ଆସନ ଜିତିବାର ସମ୍ଭାବନା ରହିଛି । ପି-ମାର୍କ୍ୟୁର ରିପୋର୍ଟ ଅନୁସାରେ ବିଜେପି ୧୦୫ରୁ ୧୨୫ଟି ଆସନ ଜିତିବ, କଂଗ୍ରେସ ୬୯ରୁ ୯୧ଟି ଆସନ ଜିତିବ ।
ତେବେ ଡିସେମ୍ବର ୩ ତାରିଖରେ ୫ଟି ରାଜ୍ୟରେ ଭୋଟ ଗଣତି ପରେ କେଉଁ ରାଜ୍ୟରେ କିଏ ସରକାର ଗଢ଼ିବ ଓ କାହାର ଯାଦୁ କାମ କରିବ ତାହା ସ୍ପଷ୍ଟ ହୋଇଯିବ।