Onn 3

କ୍ୟାମେରାରେ ଧରା ପଡ଼ିଲା ମହାବଳ ବାଘ, ଲୋକେ ଛାନିଆ

State

 

tiger-2-750x430

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବୁଲୁଛି ବାଘ । କ୍ୟାମେରାରେ ଧରାପଡିଛି ବାଘର ଫଟୋ । ଫଟୋରୁ ଯାହା ଜଣାପଡୁଛି ଏହା ଏକ ମହାବାଳ ବାଘ  । ଏହା ଜାଣିବା ପରେ ସାଧାରଣରେ ଆତଙ୍କ ଖେଳି ଯାଇଛି ।

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଞ୍ଚଳ ତଥା ସୀମାନ୍ତ ଆନ୍ଧ୍ର ପ୍ରଦେଶର ସାରାଳି ଅଞ୍ଚଳରେ ବାଘ ବୁଲୁଥିବା ନେଇ ଖବର କିଛି ଦିନ ହେଲା ଶୁଣିବାକୁ ମିଳୁଥିଲଶ । ଏପରିକି ସ୍ଥାନୀୟ ଅଳାଁବର ଗାଁରେ ବାଘ ଏକ ଗାଈକୁ ଝାମ୍ପି ନେଇଥିବା ବି ଶୁଣିବାକୁ ମିଳୁଥିଲା । ଏ ନେଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସିଥିଲେ ।

ଏହି ଅଞ୍ଚଳରେ ବାଘର ପାଦଚିହ୍ନ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ବାଘକୁ ଧରିବା ପାଇଁ କ୍ୟାମେରା ଲଗାଇଥିଲେ । ଏହି କ୍ୟାମେରାରେ ମହାବଳ ବାଘ ବୁଲୁଥିବା ଧରାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି |