Onn 3

ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଆଶ୍ୱସ୍ତି, ନିୟମିତ ଜାମିନ୍‌ ପ୍ରଦାନ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ

National & International

 

chandra

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ୍‌। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ରିପୋର୍ଟ ମୁତାବକ, ନାଇଡୁ ନଭେମ୍ବର ୨୮ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି।

ଏହାପୂର୍ବରୁ ଅକ୍ଟୋବରରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଚାରି ସପ୍ତାହ ପାଇଁ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା। ତାଙ୍କ ଓକିଲ କୋର୍ଟଙ୍କୁ ସୂଚିତ କରିଥିଲେ ଯେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ନାଇଡୁଙ୍କୁ ଜାମିନ ଆବଶ୍ୟକ।

ଚନ୍ଦ୍ରବାବୁ ନାଇଡୁଙ୍କୁ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ ଭରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଆତ୍ମସମର୍ପଣ ସମୟରେ ସେଣ୍ଟ୍ରାଲ୍ ଜେଲ୍ ଅଧୀକ୍ଷକଙ୍କ ନିକଟରେ ସିଲ୍‌ବନ୍ଦ ଲଫାଫାରେ ଚିକିତ୍ସିତ ହେଉଥିବା ଡାକ୍ତରଖାନା ଏବଂ ଚିକିତ୍ସା ସମ୍ବନ୍ଧୀୟ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କହି ରଖୁଛୁ, ୩,୩୦୦ କୋଟି ଟଙ୍କା ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ନିଗମ (APSSDC) ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିଲା। ଯେଉଁ ସମୟରେ ସେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।