ଡଙ୍ଗାରେ ରଖାଯାଇଥିବା ଏଲପିଜି ସିଲିଣ୍ଡରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ବହୁ ଦୂରରେ ସିଲିଣ୍ଡର ବିସ୍ଫୋରଣର ଶବ୍ଦ ଶୁଣାଗଲା । ସିଲିଣ୍ଡର ବିସ୍ଫୋରଣ ପରେ ନିଆଁ ଲାଗିଗଲା, ଯାହା ଫଳରେ ୨୫ ଟି ଡଙ୍ଗା ନଷ୍ଟ ହୋଇଯାଇଥିଲା ।
ଡେପୁଟି ପୋଲିସ କମିଶନର କେ ଆନନ୍ଦ ରେଡ୍ଡୀ କହିଛନ୍ତି, ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚାରିରୁ ଅଧିକ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜୀବନ ହାନିର ହୋଇନଥିବା ଜଣାପଡିଛି । ନିଆଁକୁ ଆୟତ୍ତକୁ ଅଣାଯିବା ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ ଟି ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି ।