Onn 3

ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ଡ୍ୟୁଟିରେ ଯାଉଥିବାବେଳେ ୫ ପୋଲିସ କର୍ମୀଙ୍କ ମୃତ୍ୟୁ

National & International

 

accident-7-750x430

ନୂଆଦିଲ୍ଲୀ : ରାଜସ୍ଥାନର ନାଗୌର ଜିଲ୍ଲା କଣୁତା ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ପାଇଁ ଡ୍ୟୁଟିରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଚୁର ଜିଲ୍ଲା ତାରା ନଗରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସଭାକୁ କିଛି ପୋଲିସ କର୍ମୀ କାର୍ ଯୋଗେ ଯାଉଥିଲେ ।

ହେଲେ କଣୁତା ଗାଁ ନିକଟରେ ଏକ ଟାଟା ଏସି ସହ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ୫ ଜଣ ପୋଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସପଟେ ପୋଲିସ କର୍ମୀ ଯାଉଥିବା ଗାଡିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଟାଟା ଏସି ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।