Onn 3

ସୀମାଙ୍କ ପ୍ରଥମ ୟ୍ୟୁଟୁ୍ୟବ ରୋଜଗାର – ୪୫ ହଜାର ଟଙ୍କା

National & International

seema-Sachin-750x430

ଲକ୍ଷ୍ନୌ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ୟୁଟ୍ୟୁବରୁ ପ୍ରଥମ ପାରିଶ୍ରମିକ ପାଇଛନ୍ତି। ପ୍ରଥମଥର ଏହି ପାରିଶ୍ରମିକ ଟଙ୍କା ପାଇବା ପରେ ସୀମା ବହୁତ ଖୁସି ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସୀମା ୟୁଟ୍ୟୁବ ପରିବାରକୁ ନିଜର ଦୁଃଖ ବଖାଣିଛନ୍ତି।
ସୀମା ୟୁଟ୍ୟୁବ ପରିବାରକୁ ନିଜର ସଂଘର୍ଷ ଓ ଯନ୍ତ୍ରଣା ବଖାଣି କହିଛନ୍ତି, ‘ଆପଣମାନଙ୍କ ସ୍ନେହ ଓ ଭଲପାଇବା ପାଇଁ ମୁଁ ଆଜି ଏଠାରେ ପହଞ୍ଚି ପାରିଛି। ଆଉ ସଚିନଙ୍କ ସହ ସଂସାରକୁ ଆଗେଇ ନେଉଛି। ତେବେ ଏସବୁ ଭିତରେ ଆମେ ଦୁହେଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କାରଣ ରୋଜଗାର ପାଇଁ ଯେମିତି କିଛି ମାଧ୍ୟମ ନାହିଁ। ଯାହାବି ସଚିନ ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳିବା କଷ୍ଟ ହେଉଛି।
ମୁଁ ପାକିସ୍ତାନରୁ ଭାରତ ଆସିବା ପରେ ୟୁଟ୍ୟୁବ ଚାନେଲ ଖୋଲି ସେଥିରେ ଭିଡିଓ ପୋଷ୍ଟ କରୁଛି। ପ୍ରଥମେ କମ ଭିୟୁ ଥିଲା। ଧୀରେ ଧୀରେ ଲୋ‌କ ଆମକୁ ପସନ୍ଦ କରୁଛନ୍ତି। ସଚିନ ଓ ମୁଁ ଚାହୁଁଛୁ ଆପଣମାନେ ଆମ ଚାନେଲକୁ ଅଧିକରୁ ଅଧିକ ସମର୍ଥନ କରନ୍ତୁ। ଯଦ୍ବାରା ଭିୟୁ ବଢ଼ିବ। ଆଉ ଏହା ମାଧ୍ୟମରେ ମୁଁ ଦୁଇପଇସା ପାଇ ପାରିବି। ଯେଉଁ ପଇସାକୁ ମୁଁ ସଚିନକୁ ଦେଇ ପରିବାର ଚଳାଇବାରେ କିଛି ସାହାଯ୍ୟ କରି ପାରିବ।
ନିକଟରେ ୟୁଟ୍ୟୁବରୁ ମୋର ପ୍ରଥମ ପାରିଶ୍ରମିକ ଆସିଯାଇଛି। ଏହି ପାରିଶ୍ରମିକ ରାଶି ୪୫ହଜାର ଟଙ୍କା ରହିଛି। ଏହି ଟଙ୍କ‌ାରୁ କିଛି ଟଙ୍କା ଖର୍ଚ୍ଚ କରି ଆମେ ଦୁହେଁ କରଭା ଚୌଥରେ ପରସ୍ପର ପାଇଁ ଉପହାର କିଣିଥିଲୁ। କାରଣ ସଚିନଙ୍କ ଘରେ ଏହା ମୋର ପ୍ରଥମ କରଭା ଚୌଥ ଥିଲା।’