Onn 3

କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ୍

National & International

 

ans

ଲକ୍ଷ୍ନୌ : କପିଳଦେବ ସିଂ ହତ୍ୟାକାଣ୍ଡ ମାମଲାରେ ଉତ୍ତରପ୍ରଦେଶର ଏମପି-ଏମଏଲଏ କୋର୍ଟ କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଦାଲତ ଅନସାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଏହି ମାମଲାରେ ସୋନୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଗାଜିପୁରର ଏମପି-ଏମଏଲଏ କୋର୍ଟ ।

ଗତ ଅକ୍ଟୋବର ୨୬ ତାରିଖରେ ଏମପି-ଏମଏଲଏ କୋର୍ଟ ଗ୍ୟାଙ୍ଗଷ୍ଟର ମୁକ୍ତାର ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ସହ ଜଡିତ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ମାମଲାଟି ୨୦୧୦ ମସିହାର। ସେହି ସମୟରେ ମୁଖତାର ଅନସାରୀଙ୍କ ବିରୋଧରେ କରନ୍ଦା ଥାନାରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଗ୍ୟାଙ୍ଗ ଚାର୍ଟ (ଗୋଟିଏ ମାମଲା ଘଟାଇଥିବା ଅପରାଧିଙ୍କ ତାଲିକା) ରେ ମୁଖତାର ଅନସାରୀଙ୍କୁ ସାମିଲ କରାଯାଇଥିଲା।

ସୂଚନାଯୋଗ୍ୟ, କପିଳଦେବ ସିଂ ହତ୍ୟା କାଣ୍ଡ ସମଗ୍ର ଉତ୍ତରପ୍ରଦେଶରେ ହଇଚଇ ସୃଷ୍ଟି କରିଥିଲା। ୨୦୦୯ ମସିହାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ୨୦୧୦ମସିହାରେ ମୁଖତାର ଅନସାରୀଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ସୂଚନା ଅନୁଯାୟୀ, କପିଳଦେବ ସିଂହ ଜଣେ ଶିକ୍ଷକ ଥିଲେ। ସେ କରନ୍ଦା ଥାନା ଅନ୍ତର୍ଗତ ସୁଆପୁର ଗ୍ରାମରେ ରହୁଥିଲେ। ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ଲୋକେ ତାଙ୍କୁ ସମ୍ମାନ ଦେଉଥିଲେ। ଅବସର ନେବା ପରେ ସେ ଗାଁରେ ରହିବା ଆରମ୍ଭ କରିଥିଲେ। ତେବେ ସେ ପୁଲିସକୁ ଅପରାଧୀଙ୍କ ସଂପର୍କରେ ସୂଚନା ଦେଉଥିବା ସଂଦେହ କରି ଅନସାରିର ଲୋକମାନେ ତାଙ୍କର ହତ୍ୟା କରିଥିଲେ ।