Onn 3

ରାହୁଲଙ୍କ ବିରୋଧରେ ଜନସ୍ୱାର୍ଥ ମାମଲା କରିଥିବା ଆବେଦନକାରୀଙ୍କ ଉପରେ କୋର୍ଟ ଲଗାଇଲେ ଜରିମାନା

National & International

rah

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଆଇଏଲ ବା ଜନସ୍ୱାର୍ଥ ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି | ସୁପ୍ରିମକୋର୍ଟ କେବଳ ଆବେଦନକୁ ଖାରଜ କରିନାହାନ୍ତି ବରଂ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି | ଜଷ୍ଟିସ ବିଆର ଗାଭାଇଙ୍କ ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀଙ୍କ କୌଣସି ମୌଳିକ ଅଧିକାର ଉଲ୍ଲଙ୍ଘନ ହୋଇନଥିବାବେଳେ ସେ ଏହି ଆଇନ ପ୍ରକ୍ରିୟାର ଅପବ୍ୟବହାର କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ଚ୍ୟାଲେଞ୍ଜ କରି ଓକିଲ ଅଶୋକ ପାଣ୍ଡେ ଆବେଦନ କରିଥିଲେ | ଉଲ୍ଲେଖ ଥାଉ କି ଅଗଷ୍ଟ ୪, ୨୦୨୩ରେ, ମୋଦୀଙ୍କ ସାଙ୍ଗିଆ ଉପରେ ମନ୍ତବ୍ୟ ଦେଇଥିବା ଏକ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଥିଲେ।

ଏଥିସହ ତାଙ୍କ ଲୋକସଭା ସଦସ୍ୟତା ଫେରାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ | ସୁପ୍ରିମକୋର୍ଟଙ୍କ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସୁରଟ କୋର୍ଟ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପରେ ଗୁଜୁରାଟ ହାଇକୋର୍ଟରେ ନିମ୍ନ ଅଦାଲତର ଏହି ନିଷ୍ପତ୍ତିକୁ କଂଗ୍ରେସ ନେତା ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ହାଇକୋର୍ଟ ନିମ୍ନ ଅଦାଲତର ରାୟରେ କୌଣସି ପରିବର୍ତ୍ତନ କରିନଥିଲେ | ଏହା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ବାତିଲ କରାଯାଇଥିଲା। ମାର୍ଚ୍ଚ ୨୦୨୩ରେ କଂଗ୍ରେସ ନେତା ଲୋକସଭାରୁ ଅଯୋଗ୍ୟ ହୋଇଥିଲେ।