ଗଣନା ସରିବା ପରେ ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ । କେନ୍ଦ୍ରର ଗଣନା ଅନୁସାରେ ରାଜ୍ୟରେ ୨୦ଟି ବାଘ ରହିଛନ୍ତି । କିନ୍ତୁ ରାଜ୍ୟ ସରକାର ୨୫ଟି ବାଘ ରହିଥିବା ନେଇ ଦାବି କରିଛନ୍ତି । ଏହାକୁ ପ୍ରମାଣ କରିବାକୁ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ବାଘ ଗଣନା କରିବେ । ଖାଲି ବାଘ ନୁହେଁ ହାତୀ ଗଣନା ବି କରିବେ ରାଜ୍ୟ ସରକାର । ଏପ୍ରିଲରୁ ଆରମ୍ଭ ହେବ ହାତୀ ଗଣନା କାର୍ଯ୍ୟକ୍ରମ ।