Onn 3

ପ୍ରତିବର୍ଷ ୯ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ପାଲଟିଛି ବିଶ୍ୱ ପାଇଁ ବିପଦ

National & International

2-106

ନୂଆଦିଲ୍ଲୀ  : ଏକ ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୯ ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ଦୁନିଆ ପାଇଁ ସଙ୍କଟ ପାଲଟିଛି। ଅଦୃଶ୍ୟ ଇ-ଆବର୍ଜନା ସାମଗ୍ରୀ ମଧ୍ୟରେ କେବୁଲ, ଇ-ଖେଳନା, ଇ-ସିଗାରେଟ, ଇ-ବାଇକ, ପାୱାର୍‌ ଟୁଲ୍ସ, ସ୍ମୋକ ଡିଟେକ୍ଟର, ୟୁଏସବି ଷ୍ଟିକ, ଥରେ ବ୍ୟବହାର ଯୋଗ୍ୟ ହେଉଥିବା ସ୍ବାସ୍ଥ୍ୟ ଉପକରଣ ଓ ସ୍ମାର୍ଟ ହୋମ ଗ୍ୟାଜେଟ ଅନ୍ତର୍ଭୁକ୍ତ।

ବ୍ରୁସେଲ୍ସ ଭିତ୍ତିକ ବର୍ଜ୍ୟ ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ ଯନ୍ତ୍ରପାତି (WEEE) ଫୋରମ ପ୍ରତିବର୍ଷ ୧୪ ଅକ୍ଟୋବରରେ ଅନ୍ତର୍ଜାତୀୟ ଇ-ଆବର୍ଜନା ଦିବସ ଆୟୋଜନ ହୋଇଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ସାଧାରଣ ଅଦୃଶ୍ୟ ଇ-ଆବର୍ଜନା ସାମଗ୍ରୀର ବ୍ୟବହାର ସବୁ ପରିବାରରେ ବୃଦ୍ଧି ପାଉଛି। ଏଥିମଧ୍ୟରେ ଟୁଥ ବ୍ରଶ, ସେଭର୍‌, ଆସେସୋରିଜ, ହେଡଫୋନ, ଇୟରବଡ, ରିମୋଟ କଣ୍ଟ୍ରୋଲ, ସ୍ପିକର, ଏଲଇଡି ଲାଇଟ, ପାୱାର୍‌ ଟୁଲ୍ସ, ହୋମ ମେଡିକାଲ ଉପକରଣ, ଉତ୍ତାପ ଏବଂ ସ୍ମୋକ ଡିଟେକ୍ଟର ଅନ୍ତର୍ଭୁକ୍ତ।

ସୀସା, ପାରଦ କିମ୍ବା କ୍ୟାଡମିୟମ ପରି ପଦାର୍ଥ ମାଟି ଏବଂ ପାଣିରେ ନ ମିଶି ପରିବେଶକୁ ପ୍ରଦୂଷିତ କରିଥାଏ। କୃଷି ଉପରେ ଏହାର କ୍ଷତିକାରକ ପ୍ରଭାବ ବକେଇବା ସହ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଥାଏ।
ଯଦି ଇ-ବର୍ଜ୍ୟବସ୍ତୁର ‘ଅଦୃଶ୍ୟ’ ବର୍ଗକୁ ଗୋଟିଏ ସ୍ଥାନକୁ ଅଣାଯାଏ, ତେବେ ଏହା ପ୍ରାୟ ୫୦୦୦୪୦ଟନ ଟ୍ରକର ଓଜନ ସହିତ ସମାନ ହେବ। ପ୍ରାୟ ୩.୨ ବିଲିୟନ କିଲୋଗ୍ରାମ ଅର୍ଥାତ୍‌ ୩୫ପ୍ରତିଶତ ଇ-ଆବର୍ଜନା ଇ-ଖେଳନା ବର୍ଗରେ ଆସିଥାଏ। ଇ-ଆବର୍ଜନା ସଙ୍କଟରେ ଭାରତ ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ଉଭା ହୋଇଛି। ମିଳିତ ଜାତିସଂଘର ଗ୍ଲୋବାଲ ଇ-ଆବର୍ଜନା ମନିଟର ୨୦୨୦ ଅନୁଯାୟୀ ଭାରତ ବର୍ତ୍ତମାନ ଚାଇନା ଏବଂ ଆମେରିକା ପରେ ବିଶ୍ୱରେ ତୃତୀୟ ବୃହତ୍ତମ ଅଦୃଶ୍ୟ ଇ-ଆବର୍ଜନା ସୃଷ୍ଟିକର୍ତ୍ତା ଭାବେ ଉଭା ହୋଇଛି।