Onn 3

ବିଜେପି ପକ୍ଷରୁ ମୋ ଦେଶ,ମୋ ମାଟି କାର୍ଯ୍ୟକ୍ରମ

State

ଆଗରପଡ଼ା: ବିଜେପି ପକ୍ଷରୁ ମୋ ଦେଶ,ମୋ ମାଟି କାର୍ଯ୍ୟକ୍ରମ ସ୍ଥାନୀୟ ବଡ଼ମହିଁଷଗୋଠ ପଂଚାୟତରେ ମହତାବ ମଣ୍ଡଳ ସାଧାରଣ ସଂପାଦକ ଅମୂଲ୍ୟରତ୍ନ ନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନରାଜପୁର ମା’ ପନ୍ଥେଇ ଠାକୁରାଣୀ ମଣ୍ଡପରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପ୍ରତ୍ୟେକ ଲୋକଙ୍କ ଚଉରା ମୂଳରୁ ମାଟି ସଂଗ୍ରହ କରାଯାଇଥିଲା ।

ଏଥିରେ ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ନିର୍ବାଚନ ମଣ୍ଡଳୀ ନେତା ବଦ୍ରି ନାରାୟଣ ଧଳ, ଡ଼ଃ ସୁଧାଂଶୁ ଶେଖର ନାୟକ, ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ରାଜୀବ ଲୋଚନ ରାୟ,ରବିନ୍ଦ୍ର ପଣ୍ଡା, ହୃଷିକେଶ ପଣ୍ଡା, ଦୀପକ ନାଥ, ଅଶୋକ ମହାନ୍ତି, ପ୍ରସନ୍ନ ଜେନା, ଅମର ନାଥ, ଉଦୟ ସାହୁ, ବୁଟୁ ପାଢୀ, ନରୋତ୍ତମ ଦାସ, ଧୀବର ସାମଲ, ରମାକାନ୍ତ ନାୟକ ପ୍ରମୁଖ ଏଥିରେ ସାମିଲ ଥିଲେ ।