Onn 3

ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର: ଅଳ୍ପକେ ବଞ୍ଚିଲା ଯାତ୍ରୀଙ୍କ ଜୀବନ

State

 

bus

ବାଙ୍କୀ: ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକ , ଅଗ୍ନିଶମ ଏବଂ ପୋଲିସ କର୍ମଚାରୀଙ୍କ ଉଦ୍ୟମରେ ବସଟିକୁ ଉଠାଯାଇଛି । ଏକ ହାଇଓ୍ବା ଏବଂ କ୍ରେନ ସାହାର୍ଯ୍ୟରେ ବସଟିକୁ ଉଠାଯାଇଛି । ସୂଚନା ମୂତାବକ ଆଜି ସକାଳେ ବାଙ୍କୀ ଜାତମୁଣ୍ଡିଆ ପୋଲ ଉପରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଅଳ୍ପକେ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି । ବାଙ୍କୀ ମହାନଦୀ ବ୍ରିଜରେ ଯାତ୍ରୀବାହୀ ବସଟି ଲଟକି ରହିଥିଲା । ବସଟି ଅନୁଗୁଳରୁ ଭୁବନେଶ୍ବରକୁ ଆସୁଥିବାବେଳେ ଏହି ଅଘଟଣ ଘଟିଥିଲା । ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେଇଥିଲା । କିନ୍ତୁ ଭାଗ୍ୟବଶତଃ ବସଟି ମହାନଦୀରେ ନପଡି ବ୍ରିଜରେ ଝୁଲି ରହିଥିଲା । ସୌଭାଗ୍ୟ ବଶତଃ ବସରେ ଥିବା ୬୦ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

ସେପଟେ ବସ୍ ଦୁର୍ଘଟଣାକୁ ନେଇ ଡମପଡା ତହସିଲଦାର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ବେପରୁଆ ଡ୍ରାଇଭିଂ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଯାତ୍ରୀ ମାନଙ୍କ କହିବା ମୂତାବକ ବସଟି ବହୁତ ସ୍ପିଡରେ ଆସୁଥିଲା  । ପୋଲ ଉପରେ ବସଟି ବାମ ଡାହାଣ ହୋଇ ନଦୀକୁ ମାଡି ଯାଇଥିଲା । ଅନ୍ୟପଟେ ଘଟଣାକୁ ନେଇ ଡ୍ରାଇଭର କହିଛନ୍ତି ଷ୍ଟିୟରିଂ ଫେଲ ଯୋଗୁଁ ବସଟି ନଦୀ ମଧ୍ୟକୁ ମାଡିଗଲା । ସକାଳ ୭ଟା ୪୫ରେ ମୁଁ ଅନୁଗୁଳ ଛାଡିଲି ଏବଂ ୧୨ ଟାରେ ଭୁବନେଶ୍ବରରେ ପହଞ୍ଚିଥାନ୍ତି । ଜାତମୁଣ୍ଡିଆ ବ୍ରିଜରେ ଆସୁଥିବାବେଳେ ଷ୍ଟିୟରିଂ ରଡ୍ ଛିଣ୍ଡିଯାଇଥିଲା । ଷ୍ଟିୟରିଂ ଫେଲ ହେବାରୁ ବସଟି ଗୋଟିଏ ସାଇଡକୁ ଟାଣିନେଲା  । ବସରେ ବ୍ରେକ ଲଗାଇ ଅଟକାଇବାକୁ ବହୁତ ଚେଷ୍ଟା କରିଥିଲି  । ତଥାପି ବସଟି ବାଡା ଭାଙ୍ଗି ନଦୀକୁ ଝୁଲି ପଡିଥିଲା । ଭଗବାନ ରକ୍ଷା କରି ଦେଇଛନ୍ତି ।