ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ୨୬ ବର୍ଷୀୟ ଇସ୍ରାର୍ ଅହମ୍ମଦ। ହତ୍ୟା ବେଳର ଲାଇଭ୍ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସେହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଅହମ୍ମଦଙ୍କୁ ଏକ ଖୁଣ୍ଟରେ ବାନ୍ଧି ରଖାଯାଉଛି ଏବଂ ତାଙ୍କୁ କିଛି ବ୍ୟକ୍ତି ବାଡ଼ିରେ ମାଡ଼ ମାରୁଛନ୍ତି। ପୁଲିସ କହିଛି, ମଙ୍ଗଳବାର ସକାଳେ ଇସ୍ରାର୍ ଅହମ୍ମଦଙ୍କୁ ଦିଲ୍ଲୀର ନନ୍ଦ ନଗରୀ ଅଞ୍ଚଳରେ କିଛି ଦୁବୁର୍ତ୍ତ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ଏହି ଘଟଣା ପରେ ଅହମ୍ମଦଙ୍କ ବାପା ଅବଦୁଲ ଓ୍ୱାଜିଦ ପୁଲିସକୁ କହିଛନ୍ତି ଯେ ତାଙ୍କ ପଡ଼ୋଶୀଙ୍କ ଠାରୁ ଘଟଣା ସମ୍ପର୍କରେ ପ୍ରଥମେ ଜାଣିବାକୁ ପାଇଥିଲେ। ଇସ୍ରାର୍ ଅହମ୍ମଦ ଘରେ ପହଞ୍ଚିବା ପରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖି ତାଙ୍କୁ ଡାକ୍ତରଖାନା ନେବା ବାଟରେ ସେ ମୃତ୍ୟ ବରଣ କରିଥିଲେ।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯେଉଁମାନେ ଅହମ୍ମଦଙ୍କୁ ହତ୍ୟା କରିଛନ୍ତି ସେମାନେ ଉଭୟ ସମ୍ପ୍ରଦାୟର ବୋଲି। ପୁଲିସ ଆହୁରି କହିଛନ୍ତି ଯେ କିଛି ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି। ଖୁବ୍ ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ।