ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳ ଜାରି ଥିବା ୩ ମ୍ୟାଚ୍ ବିଶିଷ୍ଟ ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଗିଲ-ଆୟରଙ୍କ ଚତୁର୍ଥ ପାର୍ଟନରସିପରେ ରେକର୍ଡ ସୃଷ୍ଟି ହୋଇଛି। ଲକ୍ଷ୍ମଣ-ଯୁବରାଜ(୨୧୩), କୋହିଲି-ଧାୱନ(୨୧୨)। ଅଷ୍ଟ୍ରେଲିଆ ବିପକ୍ଷରେ ୨ଶହ ରନର ପାର୍ଟନରସିପ ଚତୁର୍ଥ ସର୍ବାଧିକ ରହିଛି। ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଶୁବମନ ଗିଲଙ୍କ ରେକର୍ଡ ସୃଷ୍ଟି କରିଛନ୍ତି। ସବୁଠୁ କମ ୩୫ଟି ଇନିଂସ ଖେଳି ଷଷ୍ଠ ଶତକ କରିଛନ୍ତି ଶୁବମନ ଗିଲ। ପୂର୍ବରୁ ୪୬ଟି ଇନିଂସ ଖେଳି ଷଷ୍ଠ ଶତକ ପୂରଣ କରିଥିଲେ ଧୱନ। ଏହି ତାଲିକାରେ ତୃତୀୟରେ ଅର୍ଥାତ ୫୩ ଇନିଂସ ଖେଳି ଷଷ୍ଠ ଶତକ ହାସଲ କରିଥିଲେ ଲୋକେଶ ରାହୁଲ।