ଗର୍ଗଙ୍କ କହିବାନୁସାରେ, ପଟେଲ ବିଶ୍ୱାସ କରୁଥିଲେ ଯେ ବଣ୍ଡ କେବଳ ଆରବିଆଇ ଦ୍ୱାରା ଜାରି କରାଯାଉ ଏବଂ ଏହା ମଧ୍ୟ କେବଳ ଡିଜିଟାଲ୍ ମୋଡରେ ହେଉ | ସେହିବର୍ଷ ଜୁନ୍ ମାସରେ ଆରବିଆଇ ରେପୋ ହାରକୁ ୬.୨୫ ପ୍ରତିଶତକୁ ବୃଦ୍ଧି କରିଦେଇଥିଲା | ଯାହାଦ୍ୱାରା ବ୍ୟାଙ୍କଗୁଡିକରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଦେବାକୁ ସରକାରଙ୍କ ଉପରେ ଚାପ ପଡିଥିଲା । ଗର୍ଗଙ୍କ କହିବାନୁସାରେ, ପଟେଲଙ୍କ ଏହି ପଦକ୍ଷେପ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଖରାପ ଲାଗିଥିଲା | ଯାହାକୁ ନେଇ ମୋଦୀ ଥରେ କହିଥିଲେ ଯେ ଉର୍ଜିତ ପଟେଲ ହେଉଛନ୍ତି ‘ଟଙ୍କା ଗଦା ଉପରେ ବସିଥିବା ସାପ’ |