ପୀଡ଼ିତା ମହିଳାମାନେ କରିଥିବା ଅଭିଯୋଗ ଅନୁଯାୟୀ, ବୁଧବାର ରାତି ପ୍ରାୟ ଗୋଟାଏ ପରେ ୪ ଯୁବକ ମାରଣାସ୍ତ୍ର ଧରି ସେମାନଙ୍କ ଘରେ ପଶିଥିଲେ। ସେମାନେ ନିଜ ମୁହଁକୁ ରୁମାଲରେ ବାନ୍ଧି ଦେଇଥିବା ବେଳେ ଛୁରୀ ଦେଖାଇ ପରିବାରର ପୁରୁଷ ଲୋକଙ୍କୁ ବାନ୍ଧି ଦେଇଥିଲେ। ସେମାନେ ମହିଳାମାନଙ୍କୁ ପ୍ରାୟ ଅଢେଇ ଘଣ୍ଟା କାଳ ଗଣବଳାତ୍କାର କରିଥିଲେ। ଏପରିକି ପାଟି କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହାପରେ ସେମାନେ ଫେରାର ହେବା ପୂର୍ବରୁ ଘରୁ ସମସ୍ତ ଟଙ୍କା ଓ ଗହଣା ଲୁଟି ପଳାଇଥିଲେ
କିଛି ସମୟ ପରେ ଘଟଣାସ୍ଥଳରୁ ପ୍ରାୟ ୧ କିମି ଦୂରରେ କିଛି ଦୁର୍ବୃତ୍ତ ଜଣେ ରୋଗାକ୍ରାନ୍ତ ମହିଳାଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୃତ୍ୟୁ ହୋଇଥିଲା। ସେମାନେ ତାଙ୍କ ଘରୁ ବି ମୋବାଇଲ ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏହି ଦୁଇ ଘଟଣା ଗୋଟିଏ ଦିନରେ ଗୋଟିଏ ଗାଁରେ ହୋଇଥିବାରୁ ପୁଲିସ୍ ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟ ଘଟଣାର ଅଭିଯୁକ୍ତ ସମାନ ନା ଅଲଗା ପୁଲିସ୍ ସେ ସଂକ୍ରାନ୍ତରେ ତଲାସୀ ଜାରି ରଖିଛି।