Onn 3

ସାଇବର ଠକଙ୍କ ଠକେଇ, ଲିଙ୍କରେ କ୍ଲିକ କରିବା ପରେ ମହିଳାଙ୍କ ଆକାଉଣ୍ଟରୁ ଉଡ଼ିଗଲା ୯୦ ହଜାର ଟଙ୍କା

Crime State

ctc

କଟକ: ମାତିଛନ୍ତି ସାଇବର ଲୁଟେରା । ଲିଙ୍କରେ କ୍ଲିକ କରିବା ମାତ୍ରେ ଉଡ଼ିଯାଉଛି ହଜାର ହଜାର ଟଙ୍କା । ତେଣୁ ଆପଣ ବି ହୋଇଯାଆନ୍ତୁ ସତର୍କ ନହେଲେ ଆପଣ ବି ଏଭଳି ଠକାମୀର ଶିକାର ହେବେ । ଦର୍ଶକ ବନ୍ଧୁ ବର୍ତ୍ତମାନ ସାଇବର ଠକଙ୍କ ଠକେଇ ବଢ଼ି ଚାଲିଛି । ଏମାନେ କୌଣସି ନା କୌଣସି ଉପାୟରେ ସାଧାରଣ ଲୋକଙ୍କୁ ଠକିବାର ସୁଯୋଗ ଖୋଜିଥାନ୍ତି । ଠିକ ସମାନ ଭାବେ ଜଣେ ମହିଳା ଏହି ଠକାମୀର ଶିିକାର ହୋଇ ହରାଇଛନ୍ତି ୯୦ ହଜାର ଟଙ୍କା । ମହିଳା ଜଣଙ୍କ ଏବେ କଣ କରିବେ କଣ ନାଇଁ କିଛି ବୁଝି ପାରୁ ନାହାନ୍ତି । ହ୍ଵାଟ୍ସଆପକୁ ଆସିଥିବା ଲିଙ୍କରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟ ରୁ କଟିଗଲା ୯୦ ହଜାର ଟଙ୍କା । ଠକାମୀର ଶିକାର ହେବା ପରେ ଯୁବତୀ ଜଣଙ୍କ କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି ।

ସୂଚନା ମୁତାବକ କଟକ ଚାଉଳିଆଗଞ୍ଜ ଅଞ୍ଚଳର ସରସ୍ଵତୀ ଲେଙ୍କା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। କିଛି ଦିନ ତଳେ ସେ ଅନଲାଇନ୍ ସାଇଟରୁ କିଛି ଜିନିଷ କିଣିଥିଲେ ହେଲେ ତାଙ୍କ ପାଖକୁ କିଣିଥିବା ଜିନିଷ ବଦଳରେ ଭୁଲ ଜିନିଷ ଆସିବାରୁ ସେ ଏହାକୁ ରିଫଣ୍ଡ ପାଇଁ ସେହି ଅନଲାଇନ୍ ସଂସ୍ଥାକୁ ମେଲ୍ କରିଥିଲେ। ପରେ ଟଙ୍କା ଫେରସ୍ତ କରାଯିବା ନିମନ୍ତେ ତାଙ୍କ ହ୍ଵାଟ୍ସଆପକୁ ଏକ ଲିଙ୍କ ଆସିଥିଲା । ସେଇ ଲିଙ୍କରେ କ୍ଲିକ କରିବା ପରେ କିଛି ସମୟ ମଧ୍ୟରେ ହିଁ ତାଙ୍କ ଆକାଉଣ୍ଟ ରୁ ୯୦ ହଜାର ଟଙ୍କା କଟିଯାଇଥିଲା । ଟଙ୍କା ଏପରି କଟି ଯାଉଥିବା ଦେଖି ସେ ଆଶ୍ଚର୍ଯ୍ୟ ହେଉଥିଲେ । ଏବଂ କୌଣସି ଉପାୟ ନପାଇ ସିଧା ଦୌଡ଼ିଥିଲେ ବ୍ୟାଙ୍କକୁ । ବ୍ୟାଙ୍କ ତାଙ୍କ ଆକାଉଣ୍ଟକୁ ତୁରନ୍ତ ବ୍ଲକ କରିଥିଲା । କିନ୍ତୁ ସେତେବେଳକୁ ମହିଳାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଗାୟବ ହୋଇଯାଇଥିଲା ।

ଏନେଇ ଥାନାରେ ଅଭିଯୋଗ କରିବା ସହ ତାଙ୍କ ଟଙ୍କା କିପରି ଫେରି ପାଇବେ ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ମହିଳା ଜଣଙ୍କ ଅନୁରୋଧ କରିଛନ୍ତି । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉ ନଥିବା ପରିତାପର ବିଷୟ ପାଲଟିଛି । ଯଦି ଏଭଳି ଭାବେ ଆପଣଙ୍କ ପାଖକୁ କୌଣସି ଲିଙ୍କ୍‌ ଆସୁଛି ତେବେ ଆପଣ ସାବଧାନ ରୁହନ୍ତୁ ।