Onn 3

ଆତଙ୍କବାଦୀଙ୍କ ଗୁଳିରେ ୨ ସେନାଧିକାରୀ, ଜଣେ ଡିଏସପି ସହିଦ

National & International

ଶ୍ରୀନଗର : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଓ ଡିଏସପି ସହିଦ ହୋଇଛନ୍ତି । ସହିଦ ସେନାଧିକାରୀ  ୧୯-ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶୀଷ ଧନଚକ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜମ୍ମୁ ଓ କଶ୍ମୀର ପୁଲିସର ଡିଏସପି ହୁମାୟୁନ ଭଟ୍ ସହିଦ ହୋଇଛନ୍ତି । ଜଣେ ଫେରାର ଆତଙ୍କବାଦୀର ତଲାସୀ ଜାରି ରହିଥିବାବେଳେ ସେ ଅନନ୍ତନାଗର ଗାଡୋଲେ ଅଞ୍ଚଳରେ ଲୁଚି ରହିଥିବା ଗୁଇନ୍ଦା ରିପୋର୍ଟ ଆସିବା ପରେ ସେନା ଓ ପୁଲିସ ପକ୍ଷରୁ ଉକ୍ତ ସ୍ଥାନକୁ ଘେରାଉ କରିବା ପରେ ବୁଧବାର ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟର ବେଳେ ଆତଙ୍କବାଦୀମାନେ ବି ସୁରକ୍ଷାବଳ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ଉପରୋକ୍ତ ତିନି ସୁରକ୍ଷା ଅଧକାରୀ ସହିଦ ହୋଇଥିଲେ ।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଅନନ୍ତନାଗର ଗାଡୋଲେ ଅଞ୍ଚଳରେ ଲୁଚି ରହିଥିବା ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ଓ ଉଭୟପଟୁ ପ୍ରବଳ ଗୁଳିଗୋଳା ବର୍ଷଣ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଅର୍ଥାତ ମଙ୍ଗଳବାର ରାଜୌରୀର ଦୁର୍ଗମ ନର୍ଲା ଗ୍ରାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲା । ଏହି ଗୁଳିବିନିମୟରେ ସେନାର ଜଣେ ଅଧିକାରୀ ସହିଦ ହୋଇଥିଲେ ଓ କୁକୁର କେଣ୍ଟ  ନିହତ ହୋଇଥିଲା ।