ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି । ଏ ନେଇ ଆଜି ସକାଳୁ ସେ ମହାକାଳ ମନ୍ଦିରରେ ପହଞ୍ଚି ପ୍ରଭୂଙ୍କୁ ଦର୍ଶନ କରିଛନ୍ତି । ଅକ୍ଷୟ ତାଙ୍କ ପରିବାର ସହ ଆସି ମହାକାଳେଶ୍ବରଙ୍କ ଦରବାରରେ ପହଞ୍ଚିଥିଲେ । ସେ କ୍ରିକେଟର ଶିଖର ଧାଓ୍ବନଙ୍କ ସହ ପ୍ରଭୁ ମହାକାଳଙ୍କ ଭସ୍ମ ଆଳତୀରେ ଅଂଶଗ୍ରହଣ କରିଥିଲେ । ଭାରତୀୟ ଦଳର ବିଜୟ ତଥା ଦେଶର ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ । ପୂର୍ବରୁ ମଧ୍ୟ ସେ ମହାକାଳଙ୍କୁ ଦର୍ଶନ କରିଛନ୍ତି । ଆଜି ମନ୍ଦିର ଦର୍ଶନ ଲାଗି ଆସିବା ନେଇ କୌଣସି ସୂଚନା ନଥିବାବେଳେ ହଠାତ୍ ଭକ୍ତମାନେ ତାଙ୍କୁ ଦେଖି ଖୁସି ବ୍ୟକ୍ତି କରିଛନ୍ତି ।
