Onn 3

୪ ଗିରଫ , ୩୫ଟି ମୋବାଇଲ ଜବତ

Crime State

rgd

ରାୟଗଡା :ରାୟଗଡା ପୋଲିସକୁ ବଡ ସଫଳତା  ।  ମୋବାଇଲ ଦୋକାନରୁ ଦାମୀ ମୋବାଇଲ ଚୋରି କରିଥିବା ଘଟଣାରେ ପୋଲିସ ହାତରେ ଧରା ପଡିଛନ୍ତି ୪ ଜଣ ନାବାଳକ | ସେମାନଙ୍କ ଠାରୁ ପୋଲିସ ୩୫ଟି ମୋବାଇଲ ଜବତ କରିଛି  । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଡ଼ିଏସପି ପ୍ରତାପ ଚନ୍ଦ୍ର ତ୍ରିପାଠୀ । ଗତ ଜୁଲାଇ ୨୧ ତାରିଖ ବିଳମ୍ବିତ ରାତ୍ରରେ ରାୟଗଡା ସହରର ରୟତ କଲୋନୀ ରେ ଥିବା ଏସଭି ମୋବାଇଲ ପଏଣ୍ଟ ଦୋକାନରୁ ରିଏଲମୀ, ଏମଆଇ, ରେଡ଼ମୀ, ସାମସଙ୍ଗ ଭଳି ବିଭିନ୍ନ ବ୍ରାଣ୍ଡର ଲକ୍ଷାଧିକ ଟଙ୍କାର ଦାମୀ ମୋବାଇଲ ସହ ମରାମତି ପାଇଁ ଗ୍ରାହକ ଦେଇଥିବା ମୋବାଇଲଗୁଡିକୁ ମଧ୍ୟ ଚୋରି କରି ନେଇଯାଇଥିଲେ  ।

ଦୋକାନ ମାଲିକ ଏସ.ସନ୍ତୋଷ କୁମାର ଏ ନେଇ ରାୟଗଡା ଥାନାରେ ଏତଲା ଦେଇଥିଲେ  । ଆଉ ଏତଲାକୁ ଭିତ୍ତି କରି ରାୟଗଡା ଥାନା ଏକ ଚୋରି ମାମଲା ରୁଜୁ କରି ତଦନ୍ତ କରିଥିଲେ । ଏହି ଚୋରୀ  ଘଟଣା ରେ ସମ୍ପୃକ୍ତ ୪ଜଣ ନାବାଳକ ଚୋରକୁ ଧରିବାରେ ପୋଲିସ ସକ୍ଷମ ହୋଇଛି  ।  ସେମାନଙ୍କ ଠାରୁ ଚୋରି କରି ନେଇଥିବା ୪୦ଟି ମୋବାଇଲ ମଧ୍ୟରୁ ୩୧ଟି ସ୍ମାର୍ଟ ଫୋନ ସହ ୪ଟି କି-ପେଡ ଫୋନ ଜବତ କରାଯାଇଛି  । ତେବେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି , ସେ ନେଇ ପୋଲିସ ଖୋଳତାଡ ଜାରି ରଖିଛି  ।


Post Views: 7