Onn 3

ବିହାରରେ ସମ୍ବାଦିକ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫ

National & International

Journalist_1692416959-750x430

ବିହାର: ବିହାରର ଅରରିୟାଠାରେ ଗତକାଲି ‘ଦୈନିକ ଜାଗରଣ’ର ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ୪ଜଣ ଦୃର୍ବୃତ୍ତ ଘରେ ପଶି ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ସାରା ରାଜ୍ୟରେ ଗତକାଲି ଚାଞ୍ଚଲ୍ୟ ଖେଳି ଯାଇଥିଲା । ତେବେ ସେହି ମାମଲାରେ ଆଜି ବିହାର ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅରରିୟା ଜିଲ୍ଲାର ରାଣୀଗଞ୍ଜରେ ରହୁଥିବା ବିମଳଙ୍କୁ ଗତକାଲି ସକାଳେ ୪ ଜଣ ଅପରାଧୀ ତାଙ୍କ ଘରେ ପଶି ଅତର୍କିତ ଭାବରେ ଗୁଳିଚାଳନା କରିଥିଲେ । ଘଟଣାସ୍ଥଳରେ ହିଁ ବିମଳଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲ। ଖବର ପାଇ ସ୍ଥାନୀୟ ଓ ଅରରିୟା ଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିମଳଙ୍କ ବାପା ଏନେଇ ଥାନାରେ ୮ଜଣଙ୍କ ନାମରେ ଏତଲା ଦେଇଥିଲେ । ସେଥିମଧ୍ୟରୁ ପୋଲିସ ଆଜି ୪ଜଣଙ୍କୁ ଗିରଫ କରିଛି ।


Post Views: 8