Onn 3

ବନ୍ଦ ଘରୁ ମିଳିଲା ୨ ଯୁବକଙ୍କ ମୃତ ଦେହ

Crime State

ବାଲିଅନ୍ତା: ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ଗାଁରେ ଖେଳି ଯାଇଛି ଚାଞ୍ଚଲ୍ୟ । ଏକ ବନ୍ଦ ଘରୁ ମିଳିଛି ଦୁଇ ଦୁଇଟି ମୃତ ଦେହ । ସକାଳୁ ସକାଳୁ ଗାଁରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବଇଁଚ୍ରୁଆଁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଇଁଷି ଗୁହାଳ ନିକଟସ୍ଥ ଏକ ବନ୍ଦ ଘରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଦ୍ୱୟ ହେଲେ ସୁଶାନ ଦାସ ଓ ଜଗବନ୍ଧଉ ବେହେରା । ସେମାନେ ଏହି ଗୁହାଳରେ ଶ୍ରମିକ ଭାବେ କାମ କରୁଥିଲେ । ସେମାନଙ୍କ ଘର ନିଆଳି ଅଞ୍ଚଳରେ ବୋଲି ପୋଲିସ ସୂଚନାରୁ ଜଣାପଡିଛି ।  ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ଛାନଭିନ୍ ଆରମ୍ଭ ହୋଇଛି ।

ତେବେ କେଉଁ ପରିସ୍ଥିତିରେ ସେମାନଙ୍କର ମୃତ୍ୟୁ ଘଟିଲା ? ଏହା ହତ୍ୟା ନ ଆତ୍ମହତ୍ୟା ? ଯଦି ହତ୍ୟା ତେବେ କିଏ ଏବଂ କାହିଁକି ଦୁଇ ଯୁବକଙ୍କୁ ଏକାଠି ମାରି ପକାଇଲା ? ଏହିପରି ବିଭିନ୍ନ ଦିଗକୁ ନେଇ ବାଲିଅନ୍ତା ପୋଲିସ ତଦନ୍ତ ଚଳାଇଛନ୍ତି ।   ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରୁଛି ପୋଲିସ । ତେବେ ପୂର୍ବ ଶତ୍ରୁତାରୁ ସେମାନଙ୍କୁ କେହି ହତ୍ୟା କରି ଏଠାରେ ପକାଇ ଦେଇଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଆଲୋଚନା କରୁଛନ୍ତି ।