Onn 3

ଦୁଇ ଡଙ୍ଗରିଆ କନ୍ଧଙ୍କୁ ଉଠାଇ ନେବା ପ୍ରତିବାଦରେ ହଙ୍ଗାମା : ଥାନା ଘେରିଲେ ଶତାଧିକ ଲୋକ

State

ରାୟଗଡା: ଦୁଇଜଣ ଡଙ୍ଗରିଆ ଯୁବକଙ୍କୁ ପୋଲିସ ଉଠାଇନେବା ଘଟଣାର ପ୍ରତିବାଦ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ୧୧୨ ଖଣ୍ଡ ଗାଁର ଡଙ୍ଗରିଆ ମହିଳା ଓ ପୁରୁଷ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଡଙ୍ଗରିଆମାନେ ଥାନା ଘେରାଉ କରିଛନ୍ତି । ତୁରନ୍ତ ଦୁଇ ଯୁବକଂକୁ ଛାଡିଦେବାକୁ ଦାବି କରିଛନ୍ତି । ପୋଲିସ ଉଠାଇନେଇଥିବା ଦୁଇଜଣ ହେଲେ ପାରସାଳୀ ପଂଚାୟତ ପଟାଙ୍ଗପଦର ଗାଁର କୃଷ୍ଣ ସିକ୍କା ଓ ବାରି ସିକ୍କା ।

ଦୁଇ ଯୁବକ ଲାଞ୍ଜିଗଡ ବଜାରରେ ଏକ ବୈଠକରେ ଯୋଗଦେଇ ଫେରୁଥିବାବେଳେ ପୋଲିସ ଉଠାଇନେଇଥିଲା । ଏହାର ପ୍ରତିବାଦ କରିଛନ୍ତି ଡଙ୍ଗରିଆ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଅତିରିକ୍ତ ଏସ୍ପି, ଏସଡିପିଓ, ୫ଜଣ ଆଇଆଇସିଙ୍କ ସମେତ ଡିଭିଏଫ୍, ସିଆରପିଏଫ୍ ଓ ପୋଲିସ ଫୋର୍ସ ମୁତୟନ କରାଯାଇଛି।