Defult onn2

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

National & International

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଇସଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଦଣ୍ଡାଦେଇ ଶୁଣାଇଛନ୍ତି । ପାକିସ୍ତାନର ଜିଲ୍ଲା ଓ ସେସନ୍ସ କୋର୍ଟ ପାକିସ୍ତାନ ତେହରିକ-ଇ-ଇନତାଫ ଅଧ୍ୟକ୍ଷ ଇମ୍ରାନଙ୍କୁ ଦଣ୍ଡାଦେଶ ମିଳିବ । ଏହାସହିତ ଇମ୍ରାନଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲଗାଯିବା ସହିତ ୫ ବର୍ଷ ପାଇଁ ନିର୍ବାଚନ ମଧ୍ୟ ଲଢିପାରିବେନି ବୋଲି ଜଣାପଡିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଇସଲାମବାଦ ପୋଲିସ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି ।

ସୂଚନାଥାଉ କି, ୨୦୨୨ ଅଗଷ୍ଟରେ ଯେତେବେଳେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ)ଙ୍କ ମିଳିତ ସରକାର ଇମ୍ରାନଙ୍କ ବିରୋଧରେ ମାମଲା ଦାୟର କରିଥିଲା, ସେହି ସମୟରେ ତୋଷଖାନା ବିବାଦ ସାମ୍ନାକୁ ଆସିଥିଲା। ଏଥିରେ ଦାବି କରାଯାଇଥିଲା ଯେ ଇମ୍ରାନ ଖାନ ତୋଷଖାନାକୁ ଦିଆଯାଇଥିବା ଉପହାରଗୁଡ଼ିକ ବିଷୟରେ ତଥ୍ୟ ଖୁଲାସା କରି ନାହାନ୍ତି ଏବଂ କିଛି ଉପହାରର ବେଆଇନ ବିକ୍ରୟରୁ ସେ ଆୟ କରିଛନ୍ତି।