Onn 3

କେଦାରନାଥରେ ବଡ଼ ଧରଣର ଭୂସ୍ଖଳନ: ୧୨ ନିଖୋଜ

National & International

ନୂଆଦିଲ୍ଲୀ : ଭୀଷଣ ବର୍ଷା ଯୋଗୁଁ ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ରାସ୍ତାରେ ବଡ଼ ଧରଣର ଭୂସ୍ଖଳନ । ପ୍ରାୟ ୧୨ ଜଣ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଗୌରୀକୁଣ୍ଡ ନିକଟରେ ଏହି ଘଟଣା ଘଟିଛି । କେଦାରନାଥ ଯିବା ରାସ୍ତା ଦତ୍ତ ପୁଲିୟା ଠାରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି ।

ଭୂସ୍ଖଳନ ଯୋଗୁଁ ତିନିଟି ଦୋକାନ ମନ୍ଦାକିନୀ ନଦୀରେ ଭାସି ଯାଇଥିବା ବେଳେ ୧୨ ଜଣରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତୁରନ୍ତ ଖବର ପାଇ ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତେବେ ଲଗାଣ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ନିଖୋଜ ଥିବା ଲୋକମାନେ ତୀର୍ଥ ଯାତ୍ରୀ ନୁହନ୍ତି । ସେମାନେ ସେଠାରେ ବ୍ୟବସାୟ କରୁଥିବା ଦୋକାନୀ ବୋଲି ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଫିସର କହିଛନ୍ତି ।