Onn 3

ବୁଡ଼ିଯାଇଥିବା ୪୦୦ କାର ‘ଓଲା’ କମ୍ପାନିର ଥିଲା, ବେଆଇନ ଭାବେ ରଖାଯାଇଥିଲା ଗାଡ଼ି

National & International

ନୂଆଦିଲ୍ଲୀ : ନୂଆଦିଲ୍ଲୀ: ଦିଲ୍ଲୀ ଉପକଣ୍ଠ ନୋଇଡା ଏବେ ହିଣ୍ଡନ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଚର୍ଚ୍ଚାରେ ରହିଛି । ଗତକାଲି ବନ୍ୟାଜଳ ଏକ କାର ପାର୍କିଂ ଅଂଚଳରେ ପ୍ରବେଶ କରିବା ସହ ପ୍ରାୟ ୪ ଶହ କାର ବୁଡ଼ାଇଦେଇଥିଲା । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଗୌତମବୁଦ୍ଧ ନଗର ଜିଲ୍ଲାପାଳଙ୍କ ବୟାନ ସାମନାକୁ ଆସିଛି ।
ଜିଲ୍ଲାପାଳ ମନୀଷ ବର୍ମା ଏକ ଟୁଇଟ୍ କରି କହିଛନ୍ତି ଯେ ହିଣ୍ଡନ୍ ନଦୀର ଶଯ୍ୟାରେ ଏକ ଘରୋଇ କମ୍ପାନି ନିଜର ବେଆଇନ ୟାର୍ଡ ନିର୍ମାଣ କରିଥିବା ବେଳେ ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ଏଠାରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକୁ ହଟାଇନାହିଁ। ଏଠାରେ ସାଧାରଣ ଜନଜୀବନ କୌଣସି ପ୍ରକାର ପ୍ରଭାବିତ ହୋଇନାହିଁ ଏବଂ କୌଣସି ଜୀବନହାନି ହୋଇନାହିଁ।

ମିଳିଥିବା ସୂଚନା ଅନୁସାରେ ଓଲା କମ୍ପାନି ନଦୀ ଶଯ୍ୟାରେ ଏହି ବେଆଇନ ୟାର୍ଡ ନିର୍ମାଣ କରି କାର ରଖାଯାଇଥିଲା । ସେଠାରେ ପ୍ରାୟ ୪୦୦ଟି କାର ଥିବା ଯେଉଁଗୁଡ଼ିକ କି ପୁରୁଣା ହୋଇଯାଇଥିଲେ କିମ୍ବା କିସ୍ତି ଜମା ନ କରିବାରୁ ଜବତ କରାଯାଇଥିଲା । ଏହି ୟାର୍ଡକୁ ହଟାଇବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ନୋଟିସ ଦିଆଯାଇଥିଲେ ବି କମ୍ପାନି ଶୁଣୁନଥିଲା । ଏନଜିଟି ପକ୍ଷରୁ ମଧ୍ୟ ଏ ନେଇ ପ୍ରଶାସନକୁ ତାଗିଦ କରାଯାଇଥିଲା । ସେହିପରି ନଦୀ ଶଯ୍ୟାରେ ବେଆଇନ ଭାବେ ନିର୍ମିତ ୨୫୦ଟି କଲୋନିକୁ ୨ ମାସ ମଧ୍ୟରେ ହଟାଇବାକୁ ଏନଜିଟି ନିର୍ଦ୍ଦେଶ ଦେବା ସହ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଥିଲେ । କିନ୍ତୁ ଠିକ୍ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।