Onn 3

ବନ୍ଦ ଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର

State

କଟକ: କଟକ ଚାଉଳିଆଗଞ୍ଜରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର । ବନ୍ଦ ଘରୁ ଡାକ୍ତର ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର ଡାକ୍ତର । ତେବେ ୪ ବର୍ଷ ହେବା ଭଡା ଘରେ ଏକାକୀ ରହୁଥିଲେ । ଘର ମାଲିକଙ୍କ କହିବା କଥା ତାଙ୍କର ଶ୍ୱାସ ଏବଂ ଅନ୍ୟାନ୍ୟ ରୋଗ ଥିଲା । ତେଣୁ ସେ ଅବିବାହିତ ଥିଲେ । ଦୁଇ ଦିନ ଘର ଭିତର ପଟୁ ବନ୍ଦ ଥିବା ଯୋଗୁଁ ସନ୍ଦେହ ଉପୁଜିଥିଲା ।

ସେମାନେ ପୋଲିସକୁ ଖବର ଦେବା ପରେ ଚାଉଳିଆଗଞ୍ଜ ପୋଲିସ ଆଜି ଆସି ସକାଳୁ କବାଟ ଭାଙ୍ଗି ମୃତଦେହ ଜବତ କରିଛି । ତାଙ୍କ ନିକଟରୁ ମିଳିଥିବା ଆଧାର କାର୍ଡ ଅନୁଯାୟୀ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି ।