Onn 3

ହୀରାକୁଦରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟା ଜଳ, ୫ଟି ଗେଟ୍‌ ଦେଇ ୨୫ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ

State

ସମ୍ବଲପୁର: ହୀରାକୁଦରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟା ଜଳ । ୫ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ନଂ ଗେଟ୍‌ ଦେଇ ଛଡ଼ା ଯାଇଥିଲା ବନ୍ୟାଜଳ। ଏହାପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍‌ ଖୋଲାଯାଇଛି। ବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି।

୫ଟି ଗେଟ୍‌ ଜରିଆରେ ୨୫ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ତଳମୁଣ୍ଡରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଆରଡିସି ସୁରେଶ ଚନ୍ଦ୍ର ଦଳାଇ । ଯଦି ଉପର ମୁଣ୍ଡରେ ବର୍ଷା ହୁଏ, ତେବେ ଆଉ ଅଧିକ ଗେଟ୍‌ ଖୋଲାଯିବ ।