Onn 3

ଫ୍ରାନ୍ସ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଭବ୍ୟ ଉପହାର ଦେଲେ ପ୍ରଧାନମନ୍ତ୍ରୀ

National & International

ପ୍ୟାରିସ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଯାତ୍ରାରେ ସାଂସ୍କୃତିକ ସ୍ପର୍ଶ । ଆମେରିକା ହେଉ ବା ଫ୍ରାନ୍ସ ସବୁଠି ଭାରତୀୟ ସଂସ୍କୃତିର ଛାପ ଛାଡି ଆସିଛନ୍ତି । ଏବେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରାନ,ପତ୍ନୀ ବ୍ରିିଗିଟ ମେକ୍ରାନ, ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ, ଫ୍ରାନ୍ସ ନାଶନାଲ ଆସେମ୍ବ୍ଲି ଅଧ୍ୟକ୍ଷ ବ୍ରୋନ ପିବେଟ ଏବଂ ଫ୍ରାନ୍ସ ସିନେଟର ଅଧ୍ୟକ୍ଷ ଜେରାର୍ଡ ଲାର୍ଚରଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ବିଶେଷ ଉପହାର ଦେଇଛନ୍ତି । ଏହି ଉପହାରରେ ରହିଛି ଭାରତୀୟ ଶିଳ୍ପ, ଭାସ୍କର୍ଯ୍ୟ ଏବଂ ସଂସ୍କୃତିର ଛାପ ।

ରାଷ୍ଟ୍ରପତି ମେକ୍ରୋନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିଆରା ପ୍ରାକୃତିକ ଜିନିଷ ଉପହାର ଦେଇଛନ୍ତି । ଏହା ସମ୍ପୂର୍ଣ ଚନ୍ଦନକାଠରେ ତିଆରି ଏକ ଆର୍ଟ ୱର୍କ ଉପହାର ଦେଇଛନ୍ତି । ଦକ୍ଷିଣ ଭାରତରେ ବର୍ଷ ବର୍ଷ ଧରି ଏହି ପ୍ରାଚୀନ ଶିଳ୍ପ ବେଶ ପ୍ରଚଳିତ ହୋଇ ଆସୁଛି । ଏଥିରେ ଦେବୀ ସରସ୍ୱତୀ ସୀତାର ଧରି ବସିଛନ୍ତି । ଏହାସହିତ ଗଣେଶଙ୍କ ମୂର୍ତ୍ତି ବି ଅଛି । ଜାତୀୟ ପକ୍ଷୀ ମୟୂର ଚିତ୍ର ବି ଏଥିରେ ରହିଛି । ଏହି ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ଆର୍ଟୱର୍କ ବେଶ ଆକର୍ଷଣୀୟ ହୋଇଛି ।

ପ୍ରଥମ ମହିଳା ବ୍ରିଗିଟ ମେକ୍ରାନଙ୍କୁ ଏକ ପୋଚମପଲ୍ଲୀ ରେଶମ ଶାଢୀ ଦିଆଯାଇଛି । ଏହି ଶାଢୀକୁ ସୁନ୍ଦର ଭାବେ ସଜାଇ ଏକ ଚନ୍ଦନ ବାକ୍ସରେ ରଖି ଦେଇଥିଲେ । ଏହି ଶାଢୀ ତେଲେଙ୍ଗାନାର ପାରମ୍ପରିକ ଶାଢୀ । ଏହା ଜୀବନ୍ତ ରଙ୍ଗ ଏବଂ ଜଟିଳ ଡିଜାଇନ ପାଇଁ ବେଶ ପରିଚିତ । ଏକ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ଚନ୍ଦନ ବାକ୍ସରେ ଏହାକୁ ରଖି ଉପହାର ଦେଇଥିଲେ ମୋଦି ।