Onn 3

ଆତଙ୍କୀ ଆକ୍ରମଣରେ ୪ ପାକ୍ ସୈନ୍ୟ ମୃତ

National & International

ଇସଲାମାବାଦ: ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଝୋବ୍ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀମାନେ ବୁଧବାର ଏକ ସେନା ଶିବିର ଉପରେ ଆକ୍ରମଣ କରିବା ଫଳରେ ୪ ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ଘଟିଛି । ଆହତ ଅନ୍ୟ ୫ ସୈନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ତେବେ ଯବାନଙ୍କ ପାଲଟି କାର୍ଯ୍ୟାନୁଷ୍ଠାନରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଇଛି । ଏହି ଆକ୍ରମଣ ପାଇଁ ‘ତେହେରିକ୍‌-ଇ-ଜିହାଦ୍ ପାକିସ୍ତାନ’ ନାମକ ଏକ ନବଗଠିତ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିବା ଜଣାପଡିଛି ।