Onn 3

ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଉତ୍ତରକାଶୀ ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ହେବ-କେନ୍ଦ୍ରମନ୍ତ୍ରୀ

State

ଭୁବନେଶ୍ୱର:ଉତ୍ତରକାଶୀରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କରିବା ନେଇ  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ଏହି ମନ୍ଦିରର ନୀତିକାନ୍ତି କିପରି ସୂଚାରୁ ରୂପେ ହେବ ଏବଂ ପ୍ରତିଦିନ କିପରି ଠାକୁର ପୂଜା ପାଇବେ ସେ ନେଇ ପଦକ୍ଷେପ ନେବାକୁ  ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଉତ୍ତରକାଶୀରେ ଥିବା ଏହି ଶ୍ରୀଜଗନ୍ନାଥ ମନ୍ଦିର ବହୁ ପୁରୁଣା । ସାଲଡ ଗ୍ରାମରେ ୪ ହଜାାର ଫୁଟ ଉଚ୍ଚରେ ଏକ ପାହଡ ଉପରେ ଅଛି ଏହି ମନ୍ଦିର । ହେଲେ ୧୨ଶହ ଖ୍ରୀଷ୍ଟାବ୍ଦର ଏହି ମନ୍ଦିର ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ଥିଲା । ଅବହେଳିତ ଅବସ୍ଥାରେ ପଡିଥିବା ଏହି ମନ୍ଦିରରେ ଠାକୁର ସପ୍ତାହରେ ତିନି ଦିନ ପୂଜା ପାଉଥିବାବେଳେ ୪ ଦିନ ଉପବାସ ରହୁଥିଲେ । ହେଲେ ଏହି ମନ୍ଦିରକୁ ଲୋକ ଲୋଚନକୁ ଆସିଥିଲା ଯେତେବେଳେ ଓଲିଉଡ ଅଭିନେତା ସବ୍ୟସାଚୀ  ଓ ପତ୍ନୀ ଅର୍ଚ୍ଚିତା ଏହି ମନ୍ଦିରର ୬ ମାସର ପୂଜା ଖର୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଲେ ।

ଗତ ବର୍ଷ ପୁରୀ ଶ୍ରୀମନ୍ଦିର ସେବାୟତ ଜନାର୍ଦ୍ଦନ ପାଟଜୋଶୀ ମହାପାତ୍ର ତାଙ୍କ ଝିଅଙ୍କୁ ଡେରାଡୁନ ଛାଡିବାକୁ ଯାଇଥିବାବେଳେ ଏ ମନ୍ଦିର ବାବଦରେ ଜାଣିବାକୁ ପାଇଥିଲେ । ଠାକୁର ତିନି ଦିନ ଉପବାସ ରହୁଥିବା ତାଙ୍କୁ ବ୍ୟଥିତ  କରିଥିଲା । ଏ ନେଇ ସେ  ଓଲିଉଡ ଷ୍ଟାର ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚତାଙ୍କୁ ଜଣାଇଥିଲେ ।

ଏହି ଷ୍ଟାର ଦମ୍ପତି ବାହୁଡାରେ ଉତ୍ତରକାଶୀ ଯାଇଥିଲେ । ସେଠାରେ ଗ୍ରାମବାସୀଙ୍କ ଗହଣରେ ମନ୍ଦିରରେ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ । ସେଠାରେ ମନ୍ଦିରର ଉନ୍ନତି, ରକ୍ଷଣାବେକ୍ଷଣ ଏବଂ ନୀତିକାନ୍ତି ଠିକ ଭାବେ କରିବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।ଏଥିସହିତ ଏହି ମନ୍ଦିରର ୬ ମାସ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଏବଂ ନୀତିକାନ୍ତିର ଦାୟିତ୍ୱ ବହନ କରିବେ ବୋଲି ଏହି ଷ୍ଟାର ଦମ୍ପତି ଘୋଷଣା କରିଥିଲେ ।

ଏହାପରେ ଏହି ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଏବଂ ଉତ୍ତରକାଶୀ ଜିଲ୍ଲା ପ୍ରଶାସନ ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ନିଷ୍ପତ୍ତିଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ଦିରର ରକ୍ଷଣାବେକ୍ଷଣ ନେଇ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ମିଡଆକୁ ସାକ୍ଷାତ ଦେଇ କେନ୍ଦ୍ରମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏହି ମନ୍ଦିରର ରକ୍ଷଣାବେକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଆମେ ତାଙ୍କୁ ମଧ୍ୟ ପୁରୀ ଆସିବା ପାଇଁ ନିମନ୍ତ୍ରଣ କରିଛୁ । ଏଥିସହିତ ପୁରୀର ଭକ୍ତଙ୍କୁ ନେଇ ଉତ୍ତରକାଶୀ ଯିବା ପାଇଁ ମଧ୍ୟ ଯୋଜନା କରିଛୁ । ଏହା ଓଡ଼ିଶା-ଉତ୍ତରାଖଣ୍ଡ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା ବେଳେ ଏହି ଷ୍ଟାର ଦମ୍ପତ୍ତି ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଥାଉ କି, ଏହି ପୁରାତନ ମନ୍ଦିର ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା  । ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡିଥିଲା ।