Onn 3

ଥାନା ଭିତରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ

Crime State

ଭଦ୍ରକ: ଥାନା ପରିସରରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ । ଡ୍ୟୁଟି ସମୟରେ ଥାନା ଭିତରେ ମଦ ନିଶାରେ ଗାଳିଗୁଲଜ କରିବା ସହ ଅନ୍ୟ ପୋଲିସଙ୍କ ଉପରକୁ ହାତ ଉଠାଇଲେ ମଦ୍ୟପ କନେଷ୍ଟବଳ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କାର୍ଯ୍ୟରତ କନେଷ୍ଟବଳ ବିଶ୍ୱରଞ୍ଜନ ଦଳେଇ ଅତ୍ୟଧିକ ମଦ ନିଶାରେ ଥିଲେ ।

ମଦପିଇ ଗାଳିଗୁଲଜ କରିବା ସହ ଅନ୍ୟ ଷ୍ଟାଫମାନଙ୍କୁ ହାତ ଉଠାଇ ମାରିବାକୁ ଉଦ୍ୟମ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି । ଏ ଖବର ପାଇ ସ୍ଥାନୀୟ ଏକ ୱେବ ପୋର୍ଟାଲ ସାମ୍ବାଦିକ ଥାନାରେ ପହଁଚି ଖବର ସଂଗ୍ରହ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ସମ୍ପୃକ୍ତ ସାମ୍ବାଦିକ କନେଷ୍ଟବଳଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସଂପୃକ୍ତ କନେଷ୍ଟବଳଙ୍କୁ ଡାକ୍ତରୀମାଇନା ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି ସାବରଙ୍ଗ ଥାନା ପୋଲିସ ।