Onn 3

ସିଦ୍ଧି ପରିସ୍ରାକାଣ୍ଡ ପୀଡ଼ିତଙ୍କୁ ଆର୍ଥିକ ସହାୟତା

National & International

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ଶ୍ରମିକ ଉପରେ ପ୍ରବେଶ ଶୁକ୍ଳା ନାମକ ‌ଜଣେ ଲୋକ ପରିସ୍ରା କରିବା ଘଟଣାକୁ ନେଇ ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାର ତୁରନ୍ତ ପଦକ୍ଷେପ ନେଇଥିଲେ।

ଅଭିଯୁକ୍ତ ବିରୋଧରେ ଏନ୍‌ଏସ୍‌ଏ ସହ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତା’ ଘରର କିଛି ଅଂଶ ମଧ୍ୟ ବୁଲ୍‌ଡୋଜର ଲଗାଇ ଭଙ୍ଗାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମ୍ପୃକ୍ତ ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କ ଘରକୁ ଯାଇ ଏହି ଘଟଣା ପାଇଁ ତାଙ୍କୁ କ୍ଷମା ମାଗିବା ସହ ତାଙ୍କ ପାଦ ଧୋଇଥିଲେ।

ଏଥିସହିତ ଶୁକ୍ରବାର ଖବର ଆସିଛି କି ମୁଖ୍ୟମନ୍ତ୍ରୀଙ୍କ ନି‌ର୍ଦ୍ଦେଶରେ ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ଜିଲ୍ଲାପାଳ ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କୁ ୫ଲକ୍ଷ ଟଙ୍କା ସାହାଯ୍ୟ ବାବଦକୁ ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ ପୀଡ଼ିତଙ୍କ ଘର ନିର୍ମାଣ ପାଇଁ ୧.୫ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ମଧ୍ୟ ଜିଲ୍ଲାପାଳ କରିଛନ୍ତି। ଏହି ସୂଚନା ଜିଲ୍ଲାପାଳ ଟୁଇଟର ମାଧ୍ୟ‌ମରେ  ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସିଦ୍ଧି ଜିଲ୍ଲାରେ ନିଶାଗ୍ରସ୍ତ ଥିବା ବିଜେପି ନେତା ସିଢ଼ିରେ ବସିଥିବା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲେ। ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଯୁବକଜଣକ ବିଜେପି ବିଧାୟକ କେଦାର ଶୁକ୍ଲାଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଲା ବୋଲି ଜଣାପଡ଼ିଥିଲା। ଏହା ସହ ପ୍ରବେଶ ଯାହା ଉପରେ ପରିସ୍ରା କରିଥିଲେ ସେ ଆଦିବାସୀ ବ୍ୟକ୍ତିଜଣକ ଥିଲେ ପାଲେ କୋଲ। ସେ ସିଦ୍ଧି ଜିଲ୍ଲାର କରୋନ୍ଦି ଗାଁର ବାସିନ୍ଦା।