Onn 3

ବାଲେଶ୍ୱରରେ ୫-ଟି ସଚିବ ଭି.କେ ପାଣ୍ଡିଆନ

State

ବାଲେଶ୍ୱର: ବାଲେଶ୍ୱରରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ଶାନ୍ତିକାନନରେ ପହଞ୍ଚି ଫକୀର ମୋହନ ସେନପତିଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ପାଣ୍ଡିଆନ । ମିଶନ ଶକ୍ତି ବଜାର ବୁଲିବା ସହ ମିଶନ ଶକ୍ତି ମା’ ମାନଙ୍କ ସହ କିଛି ଆଲୋଚନା କରିଥିଲେ । ଏହାସହ ଉକ୍ରଳ ବାଳାଶ୍ରମରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସହିତ ସମୟ ବିତାଇଥିଲେ ପାଣ୍ଡିଆନ୍ ।

ଆଜି ଦିନ ତମାମ ବାଲେଶ୍ୱରର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ସମୀକ୍ଷା କରିଛନ୍ତି ୫-ଟି ସଚିବ । ସୋରକୁ ମୁଖ୍ୟମନ୍ତ୍ରୀ ଦେଇଥିବା ବିଭିନ୍ନ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରାଥିଲେ । ଏହା ସହ ଚନ୍ଦନେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସଚିବ । ଏହି ସମୟରେ ପ୍ରବଳ ବର୍ଷାରେ ଲୋକେ ତାଙ୍କୁ ଭେଟିବା ପାଇଁ ଅପେକ୍ଷା କରିଥିଲେ । ବର୍ଷାରେ ଭିଜି ଲୋକଙ୍କ ସହ ହାତ ମିଳାଇଥିଲେ ପାଣ୍ଡିଆନ୍ ।