Onn 3

‘ଧାର୍ମିକ ସ୍ବାଧୀନତାର ପରିପନ୍ଥୀ’, ସମାନ ନାଗରିକ ସଂହିତାକୁ ଜମିୟତର ବିରୋଧ

National & International

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ସମାନ ନାଗରିକ ସଂହିତା (ୟୁସିସି)କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶର ପ୍ରମୁଖ ମୁସଲମାନ ସଂଗଠନ ଜମିୟତ ଉଲେମା-ଏ-ହିନ୍ଦ ଏହାକୁ ଖୋଲାଖୋଲି ବିରୋଧ କରିଛି । ଜମିୟତ ସୋମବାର ଦାବି କରିଛି ଯେ ସମାନ ନାଗରିକ ସଂହିତା ସମ୍ବିଧାନ ପ୍ରଦତ୍ତ ଧାର୍ମିକ ସ୍ୱାଧୀନତାର ପରିପନ୍ଥୀ । ତେବେ ଜମିୟତ ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ନାହିଁ ବୋଲି ସ୍ପଷ୍ଟ କରିଛି । ଆନ୍ଦୋଳନ ବଦଳରେ ଏହି ବିରୋଧରେ ଆଇନଗତ ପନ୍ଥା ଗ୍ରହଣ କରାଯିବ ବୋଲି ସଂଗଠନ କହିଛି ।
୨୨ତମ ଲ’ କମିସନ ୟୁସିସି ଉପରେ ଏକ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିବା ପରେ ଜମିୟତ୍ ଏହି ବୟାନ ଦେଇଛି। ୟୁସିସି ପାଇଁ ଲ’ କମିସନ ସାଧାରଣ ଲୋକ ଓ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି। ଜମିୟତ ଉଲେମା-ଏ-ହିନ୍ଦ ଏକ ବିବୃତିରେ କହିଛି ଯେ ଏହା ୟୁସିସିକୁ ବିରୋଧ କରୁଛି କାରଣ ଏହା ସମ୍ବିଧାନର ଧାରା ୨୫ ଏବଂ ୨୬ରେ ନାଗରିକମାନଙ୍କୁ ଦିଆଯାଇଥିବା ଧାର୍ମିକ ସ୍ୱାଧୀନତା ଏବଂ ମୌଳିକ ଅଧିକାରର ବିରୋଧ କରୁଛି । ଏଣୁ ଏହା ମୁସଲମାନମାନଙ୍କ ପାଇଁ ଗ୍ରହଣୀୟ ନୁହେଁ ଏବଂ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ କ୍ଷତିକାରକ ।

ଜମିୟତର ସଭାପତି ମୌଲାନା ଅରଶଦ ମଦନି କହିଛନ୍ତି ଯେ ଏହି ମାମଲା କେବଳ ମୁସଲମାନଙ୍କ ସହିତ ନୁହେଁ ବରଂ ସମସ୍ତ ଭାରତୀୟଙ୍କ ସହ ଜଡିତ । ଜମିୟତ ଉଲେମା-ଏ-ହିନ୍ଦ ଧାର୍ମିକ ପ୍ରସଙ୍ଗ ଏବଂ କାହାର ବିଶ୍ୱାସ ସହ କୌଣସି ପ୍ରକାରରେ ବୁଝାମଣା କରିପାରିବ ନାହିଁ ।