Onn 3

ସ୍କ୍ବାସ୍‌ ବିଶ୍ବକପ୍‌ରେ ହଂକଂକୁ ହରାଇଲା ଭାରତ

National & International

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ସ୍କ୍ବାସ୍‌ ବିଶ୍ବକପ୍‌ରେ ଭାରତ ବିଜୟରୁ ଅଭିଯାନ ଅରମ୍ଭ କରିଛି। ଏକ୍ସପ୍ରେସ୍‌ ଆଭିନ୍ୟୁ ମଲ୍‌ରେ ଖେଳାଯାଉଥିବା ବିଶ୍ବକପ୍‌ର ଗ୍ରୁପ୍‌ ବି’ରେ ଦ୍ବିତୀୟ ସିଡ୍‌ ଭାରତ ୪-୦ରେ ହଂକଂକୁ ପରାସ୍ତ କରିଛି। ଘରୋଇ ଦଳ ପାଇଁ ୭୨ ମାନ୍ୟତାପ୍ରାପ୍ତ ଅଭୟ ସିଂହ ୭-୨, ୭-୩, ୭-୬ରେ ଛୁଙ୍ଗ୍‌ ୟତ୍‌ ଲଙ୍ଗ୍‌କୁ ପ୍ରଥମ ମ୍ୟାଚ୍‌ରେ ହରାଇଥିଲେ।
ପରେ ଜ୍ୟୋତ୍ସ୍ନା ଚିନାପ୍ପା ୭-୧, ୭-୫, ୭-୨ରେ ଫୁଙ୍ଗ୍‌ ହେଲିଙ୍କୁ, ତୃତୀୟ ମ୍ୟାଚ୍‌ରେ ୧୭ ମାନ୍ୟତାପ୍ରାପ୍ତ ସୌରଭ ଘୋଷାଲ ୫-୭, ୭-୨, ୭-୫, ୭-୧ ରେ ଆନ୍ଦେସ୍‌ ଲିଙ୍ଗ୍‌ଙ୍କୁ ଏବଂ ଚତୁର୍ଥ ମ୍ୟାଚ୍‌ରେ ତନ୍‌ଭି ଖାନ୍ନା ୫-୭, ୬-୭, ୭-୧, ୭-୪, ୭-୩ ରେ ତବି ସି’ଙ୍କୁ ହରାଇ ଭାରତକୁ ଜିତାଇଥିଲେ। ଏହାବାଦ୍‌ ଅନ୍ୟ ‌ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଜାପାନ୍‌ ୩-୧ରେ ଦକ୍ଷିଣ ଆଫ୍ରିକାକୁ, ଇଜିପ୍ଟ ୪-୦ରେ ଅଷ୍ଟ୍ରେଲିଆକୁ ଏବଂ ମାଲେସିଆ ୩-୧ରେ କଲମ୍ବିଆକୁ ହରାଇଛନ୍ତି।