Onn 3

ଲଣ୍ଡନରେ ଭାରତୀୟ ଯୁବତୀଙ୍କୁ ହତ୍ୟା କଲା ବ୍ରାଜିଲ ଯୁବକ, ଗିରଫ କଲା ପୁଲିସ୍

National & International

ଲଣ୍ଡନ : ଲଣ୍ଡନର ୱେମ୍ବଲିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ହାଇଦ୍ରାବାଦର ଜଣେ ୨୭ ବର୍ଷୀୟା ଛାତ୍ରୀଙ୍କୁ ବ୍ରାଜିଲର ଜଣେ ଯୁବକ ଛୁରି ଭୁସି ହକ୍ୟା କରିଛି । ମୃତ ଭାରତୀୟ ଯୁବତୀଙ୍କ ନାମ ତେଜସ୍ୱିନୀ ରେଡ୍ଡୀ ବୋଲି ଜଣାପଡ଼ିଛି । ତେଜସ୍ୱିନୀ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପାଇଁ ଗତ ବର୍ଷ ମାର୍ଚ୍ଚମାସରେ ଲଣ୍ଡନ ଯାଇଥିଲେ ।
ଲଣ୍ଡନର ମେଟ୍ରୋପଲିଟାନ୍ ପୁଲିସ କହିଛି, ଆହତ ହୋଇଥିବା ଆଉ ଜଣେ ୨୮ ବର୍ଷୀୟ ଛାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଛି। ତେଜସ୍ୱିନୀଙ୍କ ସମ୍ପର୍କୀୟ ଭାଇ ବିଜୟ କହିଛନ୍ତି ଯେ ତେଜସ୍ୱିନୀ ଲଣ୍ଡନର ୱେମ୍ବଲିର ନିଲ୍ଡେ କ୍ରିସେଣ୍ଟ ଅଞ୍ଚଳରେ ଅନ୍ୟ କିଛି ଛାତ୍ରୀଙ୍କ ସହ ଭଡ଼ାରେ ରହୁଥିଲେ। ପ୍ରାୟ ସପ୍ତାହେ ତଳେ ଅଭିଯୁକ୍ତ ଯୁବକ ସେଠାକୁ ରହିବାକୁ ଆସିଥିଲା ।

ପୁଲିସ ଏହାର ତଦନ୍ତ ଜାରି ରଖିଛି । ତେବେ ବଚସା କାରଣରୁ ସଂପୃକ୍ତ ଯୁବକ ହତ୍ୟା କରିଥିବା ସଂଦେହ କରାଯାଉଛି । ପୁଲିସ ଉକ୍ତ ଯୁବକକୁ ଗିରଫ କରି ପଚରାଉଚୁରା କରୁଛି । ଏହି ଘଟଣାରେ ଆଉ ଜଣେ ଯୁବତୀ ଓ ଯୁବକକୁ ପୁଲିସ ଅଟକ ରଖିଥିଲା । ତେବେ ପରେ ଯୁବତୀକୁ ଛାଡ଼ି ଦିଆଯାଇଥିବାବେଳେ ଯୁବକକୁ ଗିରଫ କରାଯାଇଛି । ଫଳରେ ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୨ ଜଣଙ୍କୁ ଗିରଫ କରାଯାଇଛି ।