ବାରିପଦା: ସ୍ଥାନୀୟ ଅବସର କର୍ମଚାରୀ ସଙ୍ଘ ସମ୍ମିଳନୀ କକ୍ଷରେ ପୋଲିସ ପବ୍ଲିକ ପ୍ରେସର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି I ସଂସ୍ଥାର ସଭାପତି ଡ଼. ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ଼. ସମର ବିଜୟ ସୋରେନ, ସମ୍ମାନିତ ଅତିଥି ଭାବେ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ତଥା ସଂସ୍ଥାର ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ନାୟକ ଯୋଗଦେଇ ଦୀର୍ଘ ୧୬ ବର୍ଷ ଧରି ପୋଲିସ ପବ୍ଲିକ ପ୍ରେସର ସାମାଜିକ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ I
ଅନ୍ୟମାନଙ୍କ ମଧ୍ୟରେ ପତ୍ରିକା ପରିଚାଳନା ସମ୍ପାଦକ ରାମକୃଷ୍ଣ ମହାପାତ୍ର ଓ ସହ ସମ୍ପାଦକ ସଂଜୀବ ସାହୁ ଉପସ୍ଥିତ ଥିଲେ I ମୟୁରଭଞ୍ଜ ଜିଲ୍ଲାର ପୋଲିସ ପବ୍ଲିକ ପ୍ରେସର ସଭାପତି ଭାବେ ଦୀର୍ଘ ବର୍ଷ ଧରି ନେତୃତ୍ୱ ନେଇଆସୁଥିବା ଡ଼. ମହାନ୍ତି ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ଅଭିନନ୍ଦନ ଜଣାଇଥିଲେ I ନୂତନ ଦାୟିତ୍ୱ ନେବା ପରେ ସଂଗଠନର ପୁନର୍ଗଠନ କରାଯିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଡ଼. ମହାନ୍ତି ପ୍ରକାଶ କରିଥିଲେ I ବରିଷ୍ଠ ସଦସ୍ୟ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରପଞ୍ଚ ମହାସଙ୍ଘର ରାଜ୍ୟ ସଭାପତି ଖଗେଶ୍ୱର ସିଂ, ଓଡିଶା ସାମ୍ବାଦିକ ସଂଘର ଉପ ସଭାପତି ଦୀପକ କୁମାର ନାୟକ, ସାମ୍ବାଦିକ ସୟଦ ସିରାଜୁଦ୍ଦିନ (ଚୁନୁ ବାବୁ), ଡ଼. ଅସୀମ କୁମାର ଚକ୍ରବର୍ତ୍ତୀ, ସୁମିତା ଚୌବେ, ସସ୍ମିତା ମହାନ୍ତି ଓ ବିଷ୍ନୁପ୍ରିୟା ଦାସ ଆଲୋଚନା ଅଂଶଗ୍ରହଣ କରି ଆଗାମୀ କାର୍ଯ୍ୟପନ୍ଥା ଉପରେ ନିଜନିଜର ମତପୋଷଣ କରିଥିଲେ I
