ବାରିପଦା: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଇରଙ୍ଗପୁର ପଂଚାୟତ ସମିତି ତରଫରୁ ଆଜି ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିଵିର ଆଜି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ନବ ଚରଣ ମାଝୀ , ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା, ତହସିଲଦାର ଭବାନୀ ପ୍ରସାଦ ସାହୁ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମବାରି ମୁର୍ମୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି,କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଦାସ ଓ ବିଧାୟକଙ୍କ ପ୍ରତିନିଧି ଅଶୋକ ମହାନ୍ତ ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ସାଂସଦ ନବ ଚରଣ ମାଝୀ କହିଥିଲେ. ଭିନ୍ନକ୍ଷମ ମାନେ ସାଧାରଣ ଭାବେ ସକ୍ଷମ ନ ହେଲେ ବି ସ୍ୱତନ୍ତ୍ର ଭାବେ ସକ୍ଷମ. ତେଣୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଉପଯୁକ୍ତଭାବେ ସାମର୍ଥ୍ୟ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ହେଉଛି ଏହି ଶିବିରର ମୂଳ ଲକ୍ଷ୍ୟ । ରାଇରଙ୍ଗପୁର ବ୍ଲକ ଓ ସହରାଞ୍ଚଳର ସମସ୍ତ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଶିବିରକୁ ଆସି ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଉଦିଷ୍ଟ ଯୋଜନାର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ । ରାଇରଙ୍ଗପୁର ବ୍ଲକ ତଥା ପୌରପାଳିକା ଅଂଚଳର ପ୍ରାୟ ୧୦୮ଜଣ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ ।ବାରିପଦା ଓ ରାଇରଙ୍ଗପୁର ଡାକ୍ତରଖାନାର ବିଭିନ୍ନ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ଚି଼ହ୍ନଟ କରିଥିଲେ. ଶିବିର ରେ ଆଜି ଅସ୍ଥି ଶଲ୍ୟ ରେ ୩୨ଜଣ , ପକ୍ଷାଘାତ ରେ ୧୪ଜଣ , ଦୃଷ୍ଟିବାଧିତରେ ୧୬ଜଣ, ମାନସିକ ଅନଗ୍ରସର ରେ ୧୫ ଜଣ, ଇ ଏନ ଟି ରେ ୧୧ଜଣ, ମାଇନର ସର୍ଜରୀ ପାଇଁ ୦୯ ଜଣଙ୍କୁ ଚି଼ହ୍ନଟ କରାଯାଇଥିଲା |
ସେହିପରି ଵାଣିଶ୍ରୀ ମେଧା ବୃତ୍ତି ପାଇଁ ୦୨ଜଣ , ଡି ଆର ଆଇ ଋଣ ପାଇଁ ୦୫ ଜଣ, ଭତ୍ତା ପାଇଁ ୨୫ଜଣଙ୍କୁ ଚୟନ କରାଯାଇଛି. ୦୫ଜଣଙ୍କୁ ସହାୟତା ଉପକରଣ,୩୫ ଜଣଙ୍କୁ ବସ ପାସ, ଇନକମ ପ୍ରମାଣ ପତ୍ର ପାଇଁ ୩୦ଜଣ , ଦକ୍ଷତା ତାଲିମ ପ୍ରଦାନ ପାଇଁ ଜଣଙ୍କୁ ଏବଂ ହାଉସିଂ ପାଇଁ ଜଣଙ୍କୁ ମନୋନୀତ କରାଯାଇଛି.।ଏହି ଅବସରରେ ମୁଖ୍ୟ ଅତିଥି ୫ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ, ହୁଇଲ ଚେୟାର ଇତ୍ୟାଦି ସହାୟତା ଉପକରଣ ବଣ୍ଟନ କରିଥିଲେ.।
