IMG 20261013 WA0341

ବଡବ୍ରାହ୍ମଣମରା ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୀତା ଯଜ୍ଞ ଅନୁଷ୍ଠିତ 

ରାଜ୍ୟ
ବାରିପଦା: ବାରିପଦା ବ୍ଲକ ଅନ୍ତର୍ଗତ ବଡବ୍ରାହ୍ମଣମରା ସ୍ଥିତ ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଶ୍ଚିମବଙ୍ଗ ସ୍ଥିତ ମାୟାପୁର ଇସ୍କନ ତରଫରୁ ପବିତ୍ର ଭଗବତ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ନିର୍ଦ୍ଦେଶକ ଅମୀୟ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୌର ଧାମ ଦାସ, ମନୋରମ ଗୌର ଦାସ, ପ୍ରସନ୍ୟ ସଚିପୁତ୍ର ଦାସ ଓ ରାଧାରମଣ ଶୁଭିଳାଷ ଦାସ ଓ ସମାଜସେବୀ ସୋମନାଥ ସିଂହ ପ୍ରମୁଖ ଯୋଗଦେଇ ପବିତ୍ର ଗ୍ରନ୍ଥ ଉପରେ ଆଲୋକପାତ କରିଥିଲେ I
ନିୟମିତ ଗୀତା ପାଠ ଦ୍ୱାରା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ମାନସିକ, ଆଧ୍ୟାତ୍ମିକ ଓ ଶାରୀରିକ ବିକାଶ ସହ ଜଣେ ସୁନାଗରିକ ରୂପେ ଗଢିତୋଳିବାରେ ସହାୟକ ହୋଇଥାଏ ବୋଲି ଅତିଥି ଗଣ ପ୍ରକାଶ କରିଥିଲେ I ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁସ୍ତକ ବଣ୍ଟନ କରିବାରେ ବାରିପଦାର ଗୋପାଳ ଜିୱେଲାରୀର ଉଦ୍ୟକ୍ତା ମନୋଜ କୁମାର ସାଓ, ସୁରୁ ଟୁଡୁ, ପଦ୍ମଲାଭ ଦାସ, ଅମୁଲ୍ୟ ଜେନା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ I ଅନ୍ୟ ମାନଙ୍କ ବିଦ୍ୟାଳୟର ଉପାଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ ଜ୍ଞାନେନ୍ଦ୍ର ମହାକୁଡ଼, ବରିଷ୍ଠ ଅଧ୍ୟାପକ ଉପେନ୍ଦ୍ର କୁମାର ରାଉଳ, ଅଧ୍ୟାପକ ସତ୍ୟଜିତ ପଣ୍ଡା, ବିଶ୍ୱଜିତ ମହାନ୍ତ ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I