IMG 20261011 WA0275

ପିସିପୁର ବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା

ରାଜ୍ୟ
ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଖିଳ ଉତ୍କଳ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ କଲ୍ୟାଣ ସଙ୍ଘ, ଓଡିଶା ଆନୁକୂଲ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ମୟୁରଭଞ୍ଜ ଉପରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ୬ଷ୍ଠ ରୁ ୮ମ ଶ୍ରେଣୀର ୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I
୭ମ ଶ୍ରେଣୀର ସଞ୍ଜୟ କୁମାର ବେହେରା ୧ମ, ୮ମ ଶ୍ରେଣୀର ବଡ ନାଏକ ୨ୟ ଓ ୮ମ ଶ୍ରେଣୀର ଜିତୁ ହାଁସଦା ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈବଲ୍ୟ ପ୍ରସାଦ ମହାପାତ୍ର ଓ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଶୈଳେନ୍ଦ୍ର ନାରାୟଣ ଜ୍ୟୋତିଷି ଓ ବିଦ୍ୟାଳୟର କଳା ଶିକ୍ଷକ ମହେଶ୍ୱର ମାର୍ଣ୍ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଓ ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I