ବାରିପଦା : ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ କୁ ଦଫା 6 ଅଫ ଦା ପୋକ୍ସ ଆକ୍ଟ 2012 ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ କୋଡିଏ ହଜାର ଟଙ୍କା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 137(2)ଅଫ ଦା ବିଏନଏସ 2023 ରେ ତିନି ବର୍ଷ ସଶ୍ରମ କରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l
ଅଭିଯୁକ୍ତ ଜଣକ ହେଲା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ପୌରାଞ୍ଚଳ ୱାର୍ଡ ନମ୍ବର 9 ବାସିନ୍ଦା ଅଶୋକ କୁମାର ରାଉଳ ଏଲିଏସ ବାବୁଲା (30) l ମାମଲାର ବିବରାଣୀ ରୁ ପ୍ରକାଶ ଯେ ଗତ 2025 ଅକ୍ଟୋବର 19 ତାରିଖ ସନ୍ଧ୍ୟା ସମୟରେ ଅଭିଯୁକ୍ତ ଷୋହଳ ବର୍ଷ ଜନୈକ ନାବାଳିକା କୁ ତାଙ୍କ ଘରୁ ଅପହରଣ କରିନେଇ ତାର ଜଣେ ସମ୍ପର୍କୀୟ ଙ୍କ ଘରେ ରଖି ତା ସହିତ ଦୁଷ୍କର୍ମ କରିଥିଲା l ପୀଡିତା ନାବାଳିକା ର ପିତା ମାତା ନିଜର ଦୋକାନ କୁ ଯାଇଥିବା ସମୟରେ ଏହାର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକା କୁ ଘରୁ ନେଇ ପଳାଇଥିଲା l ଏ ବାବଦରେ ସାନ ଝିଅ ପାଖରୁ ଖବର ପାଇ ପିତା ମାତା ଘରକୁ ଆସିବା ପରେ ସବୁଆଡ଼େ ଖୋଜା ଖୋଜି କରି ଖବର ପାଇଲେ ଅଭିଯୁକ୍ତ ବାବୁଲା ତାଙ୍କ ଝିଅ କୁ ନେଇ ପଳାଇଛି l
ଏ ବାବଦରେ ପୀଡ଼ିତା ଙ୍କ ପିତା ଙ୍କ ଅଭିଯୋଗ କ୍ରମେ କରଞ୍ଜିଆ ଥାନାରେ କେସ ନମ୍ବର 356/20-10-2025 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ପ୍ରଭାତ କୁମାର ବେହେରା ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦ୍ଧେଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l
