IMG 20260926 WA0257

 ସାଂସଦଙ୍କ ଦ୍ଵାରା ସ୍ମାର୍ଟ ଅଙ୍ଗନବାଡ଼ି ଓ ମମତା ଗୃହ ଉଦଘାଟିତ

ରାଜ୍ୟ
ବାରିପଦା :  ମୟୁରଭଞ୍ଜ ଜିଲ୍ଲା  ବଡ଼ ମହୁଲଡାହା ମାଝି ସାହିରେ ୧୫ ଲକ୍ଷ ଟଙ୍କାର  ସାଂସଦ ପାଣ୍ଠି ଅନୁଦାନରେ ଅତ୍ୟାଧୁନିକ ନୂତନ ସ୍ମାର୍ଟ ଅଙ୍ଗନବାଡି କେନ୍ଦ୍ର ଏବଂ ମମତା ଗୃହ ମୁଖ୍ୟ ଅତିଥି ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବୀନ ରାମ , ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ, ଆଇଟିଡିଏ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶାନ୍ତ ନାଏକ , ସାଂସଦ ପ୍ରତିନିଧି ମନୋଜ ଦାସ ଙ୍କ କରକମଳରେ ଆଜି ଶନିବାର  ପୂର୍ବାହ୍ନ ୧୧ ଘଟିକାରେ  ଶୁଭ ଉଦଘାଟିତ ହୋଇଯାଇଛି ।
ସାଂସଦ କହିଥିଲେ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେବା ସଙ୍କଳ୍ପ ଅଭିଯାନ ସାହାଯ୍ୟରେ ଅଙ୍ଗନବାଡ଼ି ଚାଲ , ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ରୋଷେୟା ଙ୍କୁ ସମ୍ମାନିତ କରିବା, ଅଙ୍ଗନବାଡ଼ି ର ପରିବେଶ, ସୁରକ୍ଷିତ ଗୃହ, ସ୍ମାର୍ଟ ଅଙ୍ଗନବାଡ଼ି କେନ୍ଦ୍ର, ରୋଷେଇ ଘର, ପିଲାମାନଙ୍କୁ ଡିଜିଟାଲ ଖେଳ, ଶିକ୍ଷା, ଉତ୍ତମ ପୃଷ୍ଟିସାର ଖାଦ୍ୟ, ଖେଳ ଉପକରଣ, ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଯତ୍ନ ନେବା ଏହାରର ମୂଳ ଉଦ୍ଦେଶ୍ୟ ।ଆଜିର ଶିଶୁ ଆସନ୍ତାକାଲି ର ଭବିଷ୍ୟତ ।ତେଣୁ ଶିଶୁମାନଙ୍କର ସର୍ବାଙ୍ଗିନ ଉନ୍ନତି ତଥା ବୌଦ୍ଧିକ, ଭଔତିକ, ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା ର ବିକାଶ ହେଲେ ଆଗାମା ଦିନରେ ସେ ଜଣେ ସୁନାଗରିକ ହୋଇପାରିବ ।
ଏହି ଅବସରରେ ଅତିଥିଗଣ ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ରୋଷେଇ ମାଉସୀଙ୍କୁ ଉତ୍ତରୀୟ  ଦେଇ ସମ୍ବର୍ଦ୍ଧିତ କରିଥିଲେ ।କାର୍ଯ୍ୟକ୍ରମରେ ଵଡମହୁଲଡିହା ସାହି ବୃନ୍ଦ,ନାରିନେତ୍ରୀ ରଞ୍ଜିତା ମହାନ୍ତି,ରାତି ,ମଣ୍ଡଳ,ନଗର ବିଜେପି ସଭାପତି ସୁନିଲ ମହାନ୍ତ,ପପୁ ଦାସ,ଚିକୁ,ଗୌରବ ଅଗ୍ରଓ୍ବାଲ,ପ୍ରଦୀପ ରାଉତ,ଦୁଷ୍ମନ୍ତ ଙ୍କ ସମେତ  ଅନ୍ୟମାନେ ଉପସ୍ଥିତ ଥିଲେ ।