IMG 20260925 WA0288

ରୁଆଁସି ଗ୍ରାମର ୫୦ ଜଳବନ୍ଦୀଙ୍କୁ ଉଦ୍ଧାର କଲା ପ୍ରଶାସନ

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଳକର ସିମାନ୍ତ ଗୁହାଳଡାଙ୍ଗିରି ପଞ୍ଚାୟତର ରୁଆଁସି ଗ୍ରାମବାସୀ  ପ୍ରବଳ ବର୍ଷା ଯୋଗୁଁ ପାହାଡିଆ ନାଳ ପାଣିରେ  ଗ୍ରାମଟି  ଶୁକ୍ରବାର ଜଳବନ୍ଦୀ ଅଵସ୍ଥାରେ ଥିଲା । ଖବର ପାଇ ରାଇରଙ୍ଗପୁର ତହସିଲଦାର ଭବାନୀ ପ୍ରସାଦ ସାହୁ ଏବଂ ରାଇରଙ୍ଗପୁର ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ପ୍ରମୁଖ  ଘଟଣାସ୍ଥଳରେ ପହଞ୍ଚି ଜଳବନ୍ଦୀ ଥିବା ୫୦ ଜଣ ଙ୍କୁ ଅଗ୍ନିଶମବାହିନୀ ଦ୍ଵାରା ଉଦ୍ଧାର କରିବା ସହ ଗୁହାଳଡାଙ୍ଗିରୀ ପଞ୍ଚାୟତରେ ଥଇଥାନ କରିଥିଲେ ।
ତଦସହ ଗୃହପାଳିତ ଛେଳି,କୁକୁଡ଼ା,ଗୋରୁଗାଈଙ୍କୁ  ମଧ୍ୟ ଉଦ୍ଧାର କରିଥିଲେ । ଉଦ୍ଧାର ସମସ୍ତଙ୍କୁ  ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି ବୋଲି ରାଇରଙ୍ଗପୁର ତହସିଲଦାର ସୂଚନା ଦେଇଛନ୍ତି ।