ବାରିପଦା: ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ଫାଇଲେରିଆ (ବାତଜ୍ୱର/ଗୋଦର) ରୋଗର ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ମାଗଣା ମେଗା ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି| ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଲେପ୍ରା ସୋସାଇଟିର ମିଳିତ* *ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଶିବିରରେ ତିରିଂ ବହଳଦା, ରାଇରଙ୍ଗପୁର ଓ କୁସୁମୀ (ବାଦାମପାହାଡ)ବ୍ଲକର ୨୦ ଜଣ ହାଇଡ୍ରୋସିଲ୍ ରୋଗୀଙ୍କର ମାଗଣାରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।
ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାସ ଏବଂ ରାଇରଙ୍ଗପୁର ହସ୍ପିଟାଲ୍ ଅଧୀକ୍ଷକ ଡା. ରବୀନ୍ଦ୍ରନାଥ ମାରାଣ୍ଡି ଯୋଗ ଦେଇଥିଲେ । ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡା. ସତ୍ୟପ୍ରକାଶ ଧଳ ଡ଼ା. ଡ଼ି. ଏନ.ପରିଡା ଏବଂ ଆନାସ୍ଥେସିଆ ବିଶେଷଜ୍ଞ: ଡା. ସତ୍ୟଜିତ ସିଂ ଓ ମେଡିକାଲ ଅଫିସର ଡ଼ା. ଦେବେନ୍ଦ୍ର ନାଥ ଟୁଡୁ, ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ, ଲେପ୍ରା ସୋସାଇଟି ପ୍ରକଳ୍ପ ର *ଏମ.ଇ.ଏଫ. ସି.MEFC* /ପ୍ରହଲ୍ଲାଦ ମଙ୍ଗରାଜ,ହସ୍ପିଟାଲ୍ ପରିଚାଳକ ଆଲୋକ କୁମାର ଗୋଚ୍ଛାୟତ, ନର୍ସିଙ୍ଗ ଅଫିସର ସବିତା ଶତପଥୀ, ଫାର୍ମାସିଷ୍ଟ ପ୍ରିୟମ ସିଂ ଏବଂ ଲେପ୍ରl ସୋସାଇଟିର ଆମ୍ବୁବତୀ ଦଳେଇ, ସୁକୁମତୀ ହେମ୍ବ୍ରମ, ଉପେନ୍ଦ୍ର ସର୍ଦାର, ଜଗତବନ୍ଧୁ ସେଠି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା l
