- ‘କଳା ସଂସ୍କୃତି ହିଁ ଗୋଟିଏ ଭୂଖଣ୍ଡର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ’
ବାରିପଦା : ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ ଉଦଘାଟିତ ହୋଇ ଯାଇଛି | ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବରେ ମୟୁରଭଞ୍ଜ ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସମ୍ମାନିତ ଅତିଥି ଭାବରେ ମୟୁରଭଞ୍ଜ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ରଞ୍ଜନ କୁମାର ତରେଇ, ଜିଲ୍ଲା ଓକିଲ ସଙ୍ଘର ସଭାପତି ଜ୍ୟୋତି ପ୍ରକାଶ ରଥ, ସମ୍ପାଦକ ବିପ୍ଳବ କୁମାର ବାରିକ, ମହୋତ୍ସବ କମିଟିର ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ କଳା ସଂସ୍କୃତି ହିଁ ଗୋଟିଏ ଭୂଖଣ୍ଡର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ବୋଲି କହିଥଲେ|
ବାରିପଦା ଠାରେ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳୀରେ ଦୀର୍ଘ 24 ବର୍ଷ ଧରି ପାଳିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ ମୟୁରଭଞ୍ଜ ଜିଲ୍ଲାରେ କଳା ସଂସ୍କୃତିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଆସୁଛି ବୋଲି ଅତିଥିମାନେ କହିଥିଲେ | ସହ ସମ୍ପାଦକ ଡ଼. ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ, ପଣ୍ଡିତ ଭାଗବତ ପଣ୍ଡା ମଙ୍ଗଳା ଚରଣ ପାଠ କରିଥିଲେ. ଏହି ଅବସରରେ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଯଜ୍ଞ, ଓଡ଼ିଆ ନବବର୍ଷ ପାଳନ, ବିଭିନ୍ନ ବର୍ଗର କଳାକାର ମାନଙ୍କର ନୃତ୍ୟ ସହ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗଦେଇ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥିଲେ | ଓଡିଶୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା. ବଳାଙ୍ଗୀ ସେନାର କୁମାରେଶ ନାୟକ, ମିଥୁନ ବାରିକ, ସନତ ବାରିକ, ଦିଲ୍ଲୀପ ପାତ୍ର, ପ୍ରକାଶ କାଣ୍ଡି, ରୋହିତ ବେହେରା, ମନୋରଞ୍ଜନ ବାରିକ ପ୍ରମୁଖଙ୍କ ନେତୃତ୍ୱରେ ବହୁ ସ୍ବେଛାସେବୀ ମେଳା ପରିଚାଳନାରେ ସହଯୋଗ କରିଥିଲେ. ଶେଷରେ ମହୋତ୍ସବ କମିଟିର ସମ୍ପାଦକ ଦୀପକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ.
